ଭଞ୍ଜନଗରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ।

0 251

ଭଞ୍ଜନଗର, ୨୬/୧୦(ପିପିଟି):ସିଲ୍କ ସିଟି ସର୍ଜନ୍ସ କ୍ଲବ, ଭାରତୀୟ ଚିକିତ୍ସକ ସଂଘ ଏବଂ ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ ଏସମସ୍ତ ବ୍ରହ୍ମପୁର ଶାଖାର ମିଳିତ ସହଯୋଗରେ ଆଜି ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଆଖପାଖ ଅଞ୍ଚଳର ବିଭିନ୍ନ ରୋଗରେ ପୀଡିତ ଶତାଧିକ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲି। ଏଥିରେ ବହୁ ଅଭିଜ୍ଞ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ,ଭଞ୍ଜନଗର ମେଡ଼ିକାଲର କର୍ମଚାରୀ ମାନେ ଉପସ୍ଥିତ ରହି ରୋଗୀ ଚିକିତ୍ସାରେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.