ନଈକୂଳିଆ ଲୋକଙ୍କୁ ସତର୍କ କଲା ଜଳସମ୍ପଦ ବିଭାଗ ।

0 261

ଭଞ୍ଜନଗର, ୨୪/୧୦(ପିପିଟି ):ଶହେ ବର୍ଷରୁ ଉର୍ଦ୍ଧ୍ବ ହେଲା ଭଞ୍ଜନଗର ଅଞ୍ଚଳରେ ପାନୀୟ ଜଳଯୋଗାଣ ଓ ଚାଷଜମିରେ ଜଳ ସେଚନର ସୁବିଧା ଯୋଗାଇ ଆସୁଛି ଭଞ୍ଜନଗର ଜଳଭଣ୍ଡାର।ଏହି ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୫,୭୬୬ ହେକ୍ଟୋମିଟର ଥିବା ବେଳେ ବର୍ତ୍ତମାନ ଏଠାରେ ପ୍ରାୟ ନବେ ପ୍ରତିଶତ ଜଳ ପୂର୍ଣ୍ଣ ହୋଇ ରହିଛି।ଆଗାମୀ ଦିନରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଲଘୁଚାପ ଜନିତ ଅଦିନିଆ ବର୍ଷା ଲାଗି ରହିବାର ଆଶଙ୍କା ରହିଛି। ଯେକୌଣସି ମୁହୂର୍ତ୍ତରେ ଏହା ପୂର୍ଣ୍ଣ ମଧ୍ୟ ହୋଇପାରେ।ତେଣୁ ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଯେକୌଣସି ସମୟରେ ଜଳଭଣ୍ଡାରରୁ ଅତ୍ୟଧିକ ଜଳକୁ ଗଛିତ ନରଖି ସ୍ପିଲ ୱେ ଗେଟ ଖୋଲି କେନାଲ ଦେଇ ନଦୀକୁ ଜଳ ନିଷ୍କାସନ କରାଯିବାର ସମ୍ଭାବନା ରହିଛି।ତେଣୁ ଲୋହରାଖଣ୍ଡି ଓ ବଡନଦୀ କୂଳରେ ବସବାସ କରୁଥିବା ସମସ୍ତ ଜନସାଧାରଣ ନିଜେ ସତର୍କ ରହିବା ସହ ଗୃହପାଳିତ ପଶୁମାନେ ଭାସି ଯିବାର ସମ୍ଭାବନା ଥିବାରୁ ସେମାନଙ୍କୁ ନଦୀ ଓ ନାଳ ଭିତରକୁ ଛାଡିବେ ନାହିଁ।ଏସମ୍ପର୍କରେ କୌଣସି ଦୁର୍ଘଟଣା ଘଟିଲେ ପ୍ରଶାସନ ଦାୟୀ ରହିବେ ନାହିଁ ବୋଲି ଭଞ୍ଜନଗର ଜଳସମ୍ପଦ ବିଭାଜନ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା ଦିଆଯାଇଛି। ଏହି କାର୍ଯ୍ୟରେ ପ୍ରଶାସନକୁ ସ୍ଥାନୀୟ ଜନସାଧାରଣ ସହଯୋଗ କରିବା ପାଇଁ ଅବଗତ କରାଯାଇଛି। ଦୀର୍ଘ ୫ବର୍ଷ ପରେ ଗତ ମାସରେ ମଧ୍ୟ ୨ଦିନ ଧରି ଜଳଭଣ୍ଡାରରୁ ଅତ୍ୟଧିକ ଜଳକୁ କେନାଲରେ ଛଡ଼ା ଯାଇଥିଲା।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.