ବ୍ରହ୍ମପୁର ରକ୍ତଭଣ୍ଡାର ତରଫରୁ ଜୀବନ ଧାରା ପରିବାରକୁ ସମ୍ବର୍ଦ୍ଧନା ପ୍ରଦାନ ।

0 159

ବେଗୁନିଆପଡ଼ା,୨୩/୧୦(ପିପିଟି): ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରକ୍ତ ଭଣ୍ଡାରରେ ଜାତୀୟ ସ୍ବେଛାକୃତ ରକ୍ତଦାତା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାରଜା କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଡିନ୍ ତଥା ପ୍ରିନ୍ସିପାଲ ଡାକ୍ତର ସୁଚିତ୍ରା ଦାଶ,ସମ୍ମାନିତ ଅତିଥି ଭାବେ ସୁପରିଟେଡେଣ୍ଟ ଡାକ୍ତର ଦୁର୍ଗାମାଧବ ଶତପଥୀ ଓ ରେଜିଷ୍ଟାର ସଂଗ୍ରାମ କେଶରୀ ପଣ୍ଡା ଯୋଗଦେଇଥିଲେ । ଅତିଥିଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ । ପ୍ରଫେସର ଡାକ୍ତର ସବିତା ପୋଲାଈ ଏହି ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ପରୀପ୍ରେକ୍ଷୀରେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନକୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଗଞ୍ଜାମ ଜିଲ୍ଲାର ପ୍ରାଣ କେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁର ରକ୍ତ ଭଣ୍ଡାରକୁ ସହଯୋଗ କରୁଥିବା ସ୍ବେଛାସେବୀ ଅନୁଷ୍ଠାନ ଜୀବନ ଧାରା ପରିବାରକୁ ମଧ୍ୟ ସମ୍ବର୍ଦ୍ଧିତ କରଯାଇଥିଲା । ଜୀବନ ଧାରା ପରିବାର ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରି ଉତ୍କଟ ରକ୍ତ ସମସ୍ୟାକୁ ଦୂରୀଭୂତ କରିବାରେ ସହାୟକ ହେଉଛି ତେଣୁ ରକ୍ତ ଭଣ୍ଡାର ତରଫରୁ ମାନପତ୍ର, ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରଯାଇଥିଲା । ଏଥିରେ ଜୀବନ ଧାରା ପରିବାର ସଦସ୍ୟ ସନ୍ତୋଷ କୁମାର ସ୍ୱାଇଁ,ବୀରେନ୍ଦ୍ର କୁମାର ସ୍ୱାଇଁ,ରଞ୍ଜନ କୁମାର ସ୍ୱାଇଁ ପ୍ରମୂଖ ଉପସ୍ଥିତ ରହିବା ସହ ମାନପତ୍ର, ଉତ୍ତରୀୟ ଆଦି ଗ୍ରହଣ କରିଥିଲେ । ଏନେଇ ବିଭିନ୍ନ ମହଲରୁ ଜୀବନ ଧାରା ପରିବାରକୁ ପ୍ରଂଶସାର ସୁଅ ଛୁଟିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.