ଭଞ୍ଜନଗର, ୧୭/୧୦(ପିପିଟି ):ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୁଣ୍ଡିବିରା ଗ୍ରାମର ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେହି ଗ୍ରାମର କାଳିଆ ଗୌଡ଼ ବୟସ ୭୦ ବର୍ଷ। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ କାଳିଆ ଗାଧେଇବା ପାଇଁ ନିଜ ଗ୍ରାମରେ ଥିବା ପୋଖରୀକୁ ଗାଧେଇବାକୁ ଯାଇଥିଲେ।ବହୁ ସମୟ ପର୍ଯ୍ୟନ୍ତ କାଳିଆ ଘରକୁ ଫେରି ନଥିବା ଦେଖି ଘର ଲୋକ ବହୁ ଖୋଜା ଖୋଜି କରିଥିଲେ।ଶେଷରେ କାଳିଆ ମୃତ ଅବସ୍ଥାରେ ପୋଖରୀ ରେ ଭାସୁ ଥିବା ଦେଖି ଘରଲୋକ ସୋରଡା ଥାନା ଓ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ କାଳିଆକୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ କାଳିଆକୁ ଡାକ୍ତର ମୃତ ଘୋଷଣା କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)