ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ – ୨୦୨୫ ପାଳିତ ।

0 103

ସୁବର୍ଣ୍ଣପୁର ,୧୦/୧୦(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ସୋନପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଦେବାଶିଷ ଦାଶ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ସି ଡି ଏମ ପି ଏଚ୍ଚ ଓ, ଉଷାରାଣୀ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଅତିଥି ଭାବରେ ଯୋଗଦାନ କରି ଏହି ଦିବସ ପାଳନ କରିବାର ଗୁରୁତ୍ତ୍ଵ, ତାପ୍ତର୍ଯ୍ୟ, ଓ ବରିଷ୍ଠ ନାଗରିକ ମାନଙ୍କ ଦିନଚର୍ଯ୍ୟା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅତିଥିମାନେ ବୃଦ୍ଧ ନାଗରିକମାନଙ୍କ ଅଧିକାର, ସୁରକ୍ଷା, ରକ୍ଷଣାବେକ୍ଷଣ ଓ ସୁଖମୟ ଜୀବନ ନେଇ ମତାମତ ବ୍ୟକ୍ତ କରିବା ସହ ସେମାନେ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ସମାଜର ଦାୟିତ୍ୱ ଓ ସେମାନଙ୍କୁ ସମ୍ମାନ ଦେବାର ଆବଶ୍ୟକତା ଉପରେ ପରାମର୍ଶ କରି ଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସୋନପୁର ମ୍ୟୁନିସିପାଲିଟିର ଶତାଧିକ ବରିଷ୍ଠ ନାଗରିକ ମାନେ ଅଂଶ ଗ୍ରହଣ କରିଥିଲେ । ଏହା ସହିତ ଜିଲ୍ଲାର ବିଭିନ୍ନ ବରିଷ୍ଠ ନାଗରିକ କମିଟି ର ସଦସ୍ୟ ଓ ସ୍ଥାନୀୟ ସ୍ଵେଚ୍ଛା ସେବୀ ସଂସ୍ଥା (NGO) ମାନଙ୍କ ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେମାନଙ୍କ ଅନୁଭବ , ବରିଷ୍ଠ ନାଗରିକଙ୍କ ଅସୁବିଧା ଓ ଆଇନଗତ ଅଧିକାର ତଥା ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ସୋନପୁର ସହର ବରିଷ୍ଠ ନାଗରିକ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ବକ୍ତା ଭାବରେ ଯୋଗଦାନ କରିଥିଲେ। ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଉପସ୍ଥିତ ଅନେକ ବରିଷ୍ଠ ନାଗରିକ ସେମାନଙ୍କର ସ୍ମୃତି ଅନୁଭୁତି ଅଭିଭାଷଣ ମାଧ୍ୟମରେ ଉପସ୍ଥାପନ କରିଥିଲେ ଓ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ଏକ ତାଲିକା ପ୍ରସ୍ତୁତ କରି ନିୟମିତ ଭାବେ ସମ୍ପର୍କ କରିବା ସଙ୍ଗେ ସଙ୍ଗେ ଏହି ଦିବସ ପାଳନ ଅବସରରେ ପ୍ରତି ବର୍ଷ ବରିଷ୍ଠ ନାଗରିକ ଲେଖା ସମ୍ବଳିତ ଏକ ବାର୍ଷିକ ପତ୍ରିକା ପ୍ରକାଶନ କରିବା ପାଇଁ ବରିଷ୍ଠ ନାଗରିକ ମାନଙ୍କ ତରଫରୁ ଏକ ପ୍ରସ୍ତାବ ଆଗତ ହୋଇଥିଲା।ଏହି ଅବସରରେ ଜିଲ୍ଲାର ଶତାୟୁ ବରିଷ୍ଠ ନାଗରିକ ଶ୍ରୀ ବଂଶୀଧର ନାୟକ ତରଭାଙ୍କୁ ଜିଲ୍ଲାପାଳ ଡ଼ . ସାହୁଙ୍କ ହସ୍ତରେ ସମ୍ମାନିତ କରାଯାଇଲା। ଏଥି ସହିତ ବିଭିନ୍ନ କ୍ଷେତ୍ର ରେ କୃତିତ୍ଵ ହାସଲ କରିଥିବା ବରିଷ୍ଠ ନାଗରିକ ସଂଘର ୧୦ (ଦଶ) ଜଣ ସଦସ୍ୟ ବରିଷ୍ଠ ନାଗରିକ ଇନ୍ଦ୍ରମଣି ଦାଶ, ବରିଷ୍ଠ ଆଇନଜୀବି, ପୂର୍ଣ୍ଣ ଚନ୍ଦ୍ର ଦାଶ, ଅବସର ପ୍ରାପ୍ତ, ମେଡିକାଲ ଅଫିସର, ସୋନପୁର, ପ୍ରତାପ ଶଙ୍କର ପାଣିଗ୍ରାହୀ, ବୀରମହାରାଜପୁର, ଗୋପୀନାଥ ମହାକୁର, ବୀରମହାରାଜପୁର, ନନ୍ଦ କିଶୋର ମିଶ୍ର, ବରିଷ୍ଠ ସାମ୍ବାଦିକ, ସୁବଳୟା,ପ୍ରମୋଦ କୁମାର ମହାପାତ୍ର,ପୂର୍ବତନ ସରପଂଚ, ବୀରମହାରାଜପୁର, ଅଶୋକ କୁମାର ସାହୁ,ବରିଷ୍ଠ ସାମ୍ବାଦିକ,ତରଭା,ରାଜ କିଶୋର ସାହୁ,ଅବସରପ୍ରାପ୍ତ ଶିକ୍ଷକ ଶିବତୁଲା,ପ୍ରମୋଦ କୁମାର ପଣ୍ଡା,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,ବିନିକା ସନ୍ତୋଷ କୁମାର ସାହୁ,ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ଦ୍ଵାରା ପୁଷ୍ପଗୁଚ୍ଛ, ବ୍ୟାଗ, ଛତା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ଜିଲ୍ଲାର ଜନସାଧାରଣ ଓ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ସାମ୍ୱାଦିକ ମାନେ ଉପସ୍ଥିତଥିଲେ । ତରଭା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ପ୍ରଭାସ କୁମାର କର୍ଣ୍ଣ ଏହି କାର୍ଯକ୍ରମ କୁ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.