ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ଶିକ୍ଷକ କର୍ମଶାଳା ।

0 137

ଭଞ୍ଜନଗର, ୩୦/୦୯(ପିପିଟି):ଗତ ୩ଦିନ ଧରି ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟରେ ମୋଟ ୯ଟି ବିଦ୍ୟାଳୟର ୮୦ଜଣ ଗୁରୁମା, ଗୁରୁଜୀଙ୍କୁ ନେଇ ଉତ୍ତମ ଶିକ୍ଷାଦାନ ସମ୍ପର୍କିତ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ନୂତନ ଶିକ୍ଷାନୀତିକୁ ଦୃଷ୍ଟିରେ ରଖି ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।ସେଥିମଧ୍ୟରେ ଶିକ୍ଷା ଦୁଇ ପ୍ରକାର, ଗୋଟିଏ ପାରମ୍ପରିକ ଓ ଅନ୍ୟଟି ହେଲା ଆଧ୍ୟାତ୍ମିକ। ପାରମ୍ପରିକ ବିଦ୍ୟା ରୋଜଗାରର ଶିକ୍ଷା ଦିଏ କିନ୍ତୁ ଆଧ୍ୟାତ୍ମିକ ବିଦ୍ୟା ଉତ୍ତମ ନାଗରିକ ହେବାର ରାସ୍ତା ଦେଖାଇ ଥାଏ। ଏହି ବିଷୟ ଗୁଡିକୁ ପ୍ରାଧାନ୍ୟ ଦେଇ ପ୍ରାଞ୍ଜଳ ଭାବେ ସତ୍ୟସାଇ ରାଜ୍ୟ ସଙ୍ଗଠନର ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଅମୀୟ ରଞ୍ଜନ କାନୁନଗୋ, ହରିହର ପାଢ଼ୀ, ପ୍ରଶିକ୍ଷକ ପୂର୍ଣଚନ୍ଦ୍ର ମହାନ୍ତି, ପ୍ରଶିକ୍ଷିକା ରେଣୁପ୍ରଭା ଦାସ ସମସ୍ତଙ୍କୁ ଟିକିନିଖି ବୁଝାଇଥିଲେ। ଏହାର ବାସ୍ତବିକତାକୁ ହୃଦଙ୍ଗମ କରି ସମସ୍ତ ଗୁରୁମା ଗୁରୁଜୀ ନିଜ ନିଜ ଶ୍ରେଣୀ କକ୍ଷରେ ଏ ଭଳି ଶିକ୍ଷାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବାକୁ ନିଷ୍ପତି ନେଇଥିଲେ।ଏଭଳି ଉତ୍ତମ ଶିକ୍ଷାଦାନ ଦ୍ୱାରା ଆଗାମୀ ଦିନରେ ନିଶ୍ଚୟ ବହୁ ଛାତ୍ରଛାତ୍ରୀ ଉପକୂଳ ହୋଇପାରିବେ ବୋଲି ଆଶା କରାଯାଉଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.