ମରାମତି ଅଭାବରୁ ଅଚଳ ହୋଇପଡିଛି ନଳକୂପ।

0 193

ବୋଲଗଡ଼,୨୧/୦୯(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମର ମଠସାହି ବାରିପଛ ପଟରେ ଥିବା ନଳକୂପ ଦୀର୍ଘ ଦିନଧରି ଅଚଳ ଅବସ୍ଥାରେ ପଡ଼ିରହିଛି। ବାରମ୍ବାର ମଠସାହିର ବାସିନ୍ଦା ମାନେ ପ୍ରଶାସନକୁ ଜଣାଇବା ସ୍ୱତ୍ତେ ନଳକୂପଟିର ମରାମତି କାର୍ଯ୍ୟ ହେଉନାହିଁ। ଯାହାକି ବିଭିନ୍ନ ଲତାଯାତୀୟ ଗଛମାଡି ଗଲାଣି। ଫଳରେ ସ୍ଥାନୀୟ ଜନସାଧାରଣ ପିଇବା ପାଣିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର କହିଛନ୍ତି ସାହିର ବାସିନ୍ଦାମାନେ। ପାନୀୟଜଳର ବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କର ଆଗ୍ରହ ନଥିବା କାରଣରୁ ନଳକୂପଟିର ମରାମତି ହୋଇ ପାରୁନାହିଁ । ଯାହାକି ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.