ଭଞ୍ଜନଗରରେ ପୋକ୍ସୋ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ।

0 234

ଭଞ୍ଜନଗର,୨୧/୦୯(ପିପିଟି):ତାଲୁକା ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଠାରେ ଆଇନ ସଚେତନତା କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ୟକ୍ରମରେ ପୋକ୍ସ ଆଇନ ଏବଂ ଏହାର ଅଧୀନରେ ନିର୍ଦ୍ଧାରିତ ପୀଡ଼ିତା କ୍ଷତିପୂରଣ, ସହିତ ନାଲ୍ସା ଆଇନ ୨୦୧୮ରେ ପ୍ରଚଳିତ ଯୌନ ନିର୍ଯ୍ୟାତନା ସହ ଅନ୍ୟାନ୍ୟ ଅପରାଧରେ ପୀଡ଼ିତା ବଞ୍ଚିଥିବା ମହିଳାଙ୍କ ପାଇଁ କ୍ଷତିପୂରଣ ଯୋଜନା।
ଏହି ଅବସରରେ ସିନିୟର ସିଭିଲ୍ ଜଜ ଦେବାଶିଷ ବିଶୋଇ, ଭଞ୍ଜନଗର ଜେ ଏମ୍ ଏଫ୍ ସି ଭିୟେନା ନାୟକ,ଉପଜିଲ୍ଲାପାଳ ଉମା ଶଙ୍କର ବେହେରା,ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅଳକା ମଞ୍ଜରୀ ପଟ୍ଟନାୟକ,ସlବିତ୍ରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସ୍ମିତା ରାଣୀ ପଣ୍ଡା ଓ ତାଲୁକ ଆଇନ ସେବା କମିଟି ସଦସ୍ୟମାନେ ଉପସ୍ଥିତ ରହି ପୋକ୍ସ ଆଇନର ପ୍ରାସଙ୍ଗିକତା, ଯୌନ ପୀଡ଼ିତାଙ୍କ ପାଇଁ ବିଧିବିଧାନ, ନାଲସା ଦ୍ଵାରା କ୍ଷତିପୂରଣ ଯୋଜନା, ଏବଂ ସମାଜରେ ସଚେତନତାର ଆବଶ୍ୟକତା ବିଷୟରେ ଅଳୋଚନା କରିଥିଲେ। ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସମନ୍ୱୟକାରୀ ପୁଷ୍ପାଞ୍ଜଳି ପଟ୍ଟନାୟକ ସ୍ୱାଗତ ଭାଷଣରେ ସେ କାର୍ୟକ୍ରମର ଉଦ୍ଦେଶ୍ୟ ଓ ମହତ୍ତ୍ୱ ବିଷୟରେ କହିଥିଲେ। ସହ-ସମନ୍ୱୟକାରୀ ଡ. ମଞ୍ଜୁ ପ୍ରଭା ଦାସ ସମସ୍ତଙ୍କର ସହଭାଗୀତା ପାଇଁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମରେ ଛାତ୍ରୀମାନେ,ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.