ଯାଜପୁର ଜିଲ୍ଲାରେ ଏକଦିବସୀୟ ଚିତ୍ରକଳା ପ୍ରତିଯୋଗିତା ଓ କର୍ମଶାଳା ଆୟୋଜିତ ।

0 176

ଯାଜପୁର,୨୦/୦୯(ପିପିଟି): ଚଳିତ ବର୍ଷ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସାରା ଭାରତବର୍ଷ ବ୍ୟାପୀ ପାଳିତ ହେଉଥିବା ‘ସେବା ପକ୍ଷ – ୨୦୨୫’ ଅବସରରେ ଜିଲ୍ଲା ପ୍ରଶାସନ ଯାଜପୁର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ନିର୍ଦ୍ଦେଶାଳୟର ସହଯୋଗରେ ଯାଜପୁର ଟାଉନ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ ଠାରେ ଏକ ଦିନିକିଆ ଚିତ୍ରକଳା ପ୍ରତିଯୋଗିତା ତଥା କର୍ମଶାଳା ଆୟୋଜିତ ହୋଇଥିଲା।

ଏହି ପ୍ରତିଯୋଗିତା-ତଥା-କର୍ମଶାଳା ରେ ଜିଲ୍ଲାର ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ବୃତ୍ତିଭିତ୍ତିକ ଚିତ୍ରଶିଳ୍ପୀମାନେ ଅଂଶଗ୍ରହଣ କରି “ବିକଶିତ ଭାରତ – ୨୦୪୭” ବିଷୟବସ୍ତୁ ଉପରେ ସେମାନଙ୍କର କାରୁକାର୍ଯ୍ୟ ଏବଂ ଜୀବନ୍ତ ସୃଷ୍ଟି ଉପସ୍ଥାପନ କରିଥିଲେ।

ଉଦଯାପନୀ ସମାରୋହରେ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ ଓଡ଼ିଶା ଶିଳ୍ପୀ ମହାସଂଘ ର ସମ୍ପାଦକ ପ୍ରିୟରଞ୍ଜନ କର ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରିଥିଲେ।

ଏହି ପ୍ରତିଯୋଗିତାରେ ବିଶିଷ୍ଟ କଳାକାର ପ୍ରୀତମ୍ ପ୍ରୀୟଲୋଚନ, ଦେଵବ୍ରତ ଜେନା ଏବଂ ପ୍ରିୟରଞ୍ଜନ କର ବିଚାରକ ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କ ଦ୍ଵାରା ଅଙ୍କିତ ଚିତ୍ରକଳା ଗୁଡ଼ିକୁ ମୂଲ୍ୟାଙ୍କନ କରିବା ସହିତ ଉପସ୍ଥିତ ସମସ୍ତ ଚିତ୍ରଶିଳ୍ପୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଏହି ପ୍ରତିଯୋଗିତାରୁ ମନୋନୀତ କଳାକୃତି ଗୁଡ଼ିକୁ ୨୫ ସେପ୍ଟେମ୍ବର ୨୦୨୫ ରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଦର୍ଶିତ ହେବା ସହ ମୂଲ୍ୟାଙ୍କନ ହେବ। ବୃତ୍ତିଭିତିକ ପ୍ରତିଯୋଗୀ ବର୍ଗରେ ସନ୍ତୋଷ କୁମାର ମଲ୍ଲିକ ପ୍ରଥମ ସ୍ଥାନ, ସତ୍ୟପ୍ରକାଶ ମହାରଣା ଦ୍ଵିତୀୟ ସ୍ଥାନ ଓ ପାପୁନ୍ ଜେନା ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିଲେ। ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀ ବର୍ଗରେ ନରସିଂହ ଚୌଧୁରୀ ସ୍ଵଂୟଶାସିତ ମହାବିଦ୍ୟାଳୟର ଡ଼ଲବୀ ରାଣୀ ପରିଡ଼ା ପ୍ରଥମ ସ୍ଥାନ,ସୁଜନପୁର ମହାବିଦ୍ୟାଳୟର ଜ୍ୟୋତ୍ସାରାଣୀ ସାହୁ ଦ୍ଵିତୀୟ ସ୍ଥାନ ଓ ରାମବାଗ ଡିଗ୍ରୀ ମହାବିଦ୍ୟାଳୟର ଲୋପାମୁଦ୍ରା ଦାସ ତୃତୀୟ ସ୍ଥାନ ରେ ରହଥିଲେ। ସେହିପରି ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀ ବର୍ଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଚ୍ୟୁତ କୁମାର ରାୟ ପ୍ରଥମ ସ୍ଥାନ, ଅପେକ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଅଲିପ୍ସା ସାମଲ ଦ୍ଵିତୀୟ ସ୍ଥାନ ଓ କେ ସି ବେହେରା ଉଚ୍ଚ ବିଦ୍ୟାଳୟର ଜ୍ୟୋତି ପ୍ରକାଶ ରାୟ ଏବଂ ଡି.ଏ.ଭି ପବ୍ଲିକ ସ୍କୁଲର ଅନନ୍ୟା ପୃଷ୍ଟି ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ପରିପ୍ରେକ୍ଷୀରେ,ଜିଲ୍ଲା ସଂସ୍କୃତି ଅଧିକାରୀ,ବିଭିନ୍ନ ବିଭାଗର ଅଧିକାରୀ,ଛାତ୍ରଛାତ୍ରୀ,ଚିତ୍ରଶିଳ୍ପୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

Leave A Reply

Your email address will not be published.