ଭଞ୍ଜନଗରରେ ରାଜ୍ୟସ୍ତରୀୟ ବ୍ୟାଡ଼ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ।

0 243

ଭଞ୍ଜନଗର, ୨୦/୦୯(ପିପିପି): ଭଞ୍ଜନଗର ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ରାଜ୍ୟ ସ୍ଥରୀୟ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ପ୍ରଶିକ୍ଷକ ବିଶ୍ଵମୋହନ ଆଚାରିଙ୍କ ତତ୍ତ୍ୱାବଧାନରେ ରାଜ୍ୟର ବିଭନ୍ନ ଜିଲ୍ଲାରୁ ବଛା ବଛା ଖେଳାଳି ମାନେ ମ୍ୟାଚରେ ଅଂଶଗ୍ରହଣ କରିଛନ୍ତି।ଏଥିରେ ମୁଖ୍ୟ ଅତିଥି ଭାବେ ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭଞ୍ଜନଗର ରୋଟାରି କ୍ଳବ ସଭାପତି ରଞ୍ଜିତ କୁମାର ବାରିକ, ବିପଦର ବନ୍ଧୁ ଅନୁଷ୍ଠାନର ଉପଦେଷ୍ଟା କେ.ଶଙ୍କର ନାରାୟଣ ପାତ୍ର,ପି. ଯଶୋବନ୍ତ ସୁବୁଦ୍ଧି, ମାନସ ରଞ୍ଜନ ରାଉଳ, ଅଚ୍ୟୁତାନନ୍ଦ ଆଚାର୍ଯ୍ୟ ଯୋଗ ଦେଇଥିଲେ।୨ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଦୀର୍ଘ ୭ବର୍ଷ ବ୍ୟବଧାନ ପରେ ଭଞ୍ଜନଗରରେ ପୁଣି ଏକ ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିବାରୁ ଆୟୋଜକଙ୍କୁ ଏନଏସି ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅରକ୍ଷିତ ପରିଛା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ପି.ଗୁପ୍ତେଶ୍ୱର ପାତ୍ର, ଚନ୍ଦନ ସୁବୁଦ୍ଧି,ବିକ୍ରମ କେଶରୀ ପଣ୍ଡା ଓ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ମାନେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.