ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକା ।

0 174

ବୋଲୋଗଡ,୧୮/୦୯(ପିପିଟି): ଓଡ଼ିଶାର ପ୍ରମୁଖ ଶକ୍ତିପୀଠମାନଙ୍କ ମଧ୍ୟରେ ସ୍ୱତନ୍ତ୍ରତା ବହନ କରୁଥିବା କଟକ ଜିଲ୍ଲାର ବାଙ୍କୀର ଚର୍ଚ୍ଚିକା ପୀଠ। ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକା କାହୁଁ କେଉଁ ଆବାହମାନ କାଳରୁ ଓଡ଼ିଶାର ମହାନଦୀ କୂଳରେ ଅବସ୍ଥିତ ।

ଏହି ଶକ୍ତି ପୀଠର ପରମ୍ପରା ବହୁ ପ୍ରାଚୀନ ହୋଇଥିବାବେଳେ ଏହାର କିମ୍ବଦନ୍ତୀ ମଧ୍ୟ ସ୍ୱତନ୍ତ୍ରତା ବହନ କରିଥାଏ । ଓଡ଼ିଶାର କୋଣ ଅନୁକୋଣରୁ ଏହି ଶକ୍ତିପୀଠକୁ ବର୍ଷ ସାରା ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ ଲାଗିଥାଏ । ଓଡ଼ିଶାର ବିଭିନ୍ନ ଶକ୍ତିପୀଠମାନଙ୍କ ମଧ୍ୟରେ ସ୍ୱତନ୍ତ୍ରତା ବହନ କରୁଥିବା କଟକ ବାଙ୍କୀର ଚର୍ଚ୍ଚିକା ପୀଠ ଯେତିକି ରହସ୍ୟମୟ, ସେତିକି ପ୍ରାଚୀନ । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକା କାହୁଁ କେଉଁ ଆବାହମାନ କାଳରୁ ଓଡ଼ିଶାର ମହାନଦୀ କୂଳରେ ଅବସ୍ଥିତ । ମା’ ଚର୍ଚ୍ଚିକାଙ୍କ ପୀଠରେ ଝାମୁଯାତ୍ରା, ଦୁର୍ଗା ପୂଜା, କୁମାର ପୂର୍ଣ୍ଣିମା, ବାସନ୍ତୀ ପୂଜା, ଦୋଳ ଯାତ୍ରା, ଚନ୍ଦନ ଯାତ୍ରା ଭଳି ୧୨ ମାସରେ ବିଭିନ୍ନ ଉତ୍ସବ ପାଳିତ ହୁଏ। ଦଶହରା ମହାଷ୍ଟମୀରେ ସମୟରେ  ମା’ ଚର୍ଚ୍ଚିକା ୧୦୮ ମୁଣ୍ଡ ମାଳରେ ସଜ୍ଜିତ ହୋଇ ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସେହିପରି କୁମାରୀପୂର୍ଣ୍ଣିମା ଦିନ ମା’ଙ୍କ କୁମାରୀ ବେଶ ଅନୁଷ୍ଠିତ ହୁଏ ପୀଠରେ  । ମା’ଙ୍କର ଏହି ବେଶ ବର୍ଷରେ ଥରେ ହୋଇଥାଏ। ସେଥିପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୀଠକୁ ଆସି ମା’ଙ୍କୁ ଦର୍ଶନ କରିଥାନ୍ତି । ମା’ଙ୍କର ଏହି  କୁମାରୀ ବେଶ ଦର୍ଶନ କଲେ କୁମାରୀ ଝିଅମାନଙ୍କର ମାନସିକ ପୂରଣ ହେଇଥାଏ ବୋଲି ବିଶ୍ୱାସ ରହିଛି ।

କିମ୍ବଦନ୍ତୀ ଅନୁସାରେ , ଦେବୀ ଦୁର୍ଗା ମହିଷାସୁରକୁ ବଧ କରିବା ପରେ ମହିଷାସୁର ଅନୁଗାମୀ ରଣାସୁର ପୃଥିବୀ ପୃଷ୍ଠରେ ଅତ୍ୟାଚାର ଏବଂ ଆତଙ୍କ ସୃଷ୍ଟି କରିଥିଲା । ଦେବୀ ଦୁର୍ଗାଙ୍କ ଅଂଶ ସ୍ୱରୂପ ଦେବୀ ଚର୍ଚ୍ଚିକା ଆର୍ବିଭୁତା ହୋଇ ରଣାସୁରର ବଧ କିରବା ସହିତ ସଂସାରକୁ ପାପରୁ ମୁକ୍ତି ଦେଇଥିଲେ । ସେହିଦିନଠାରୁ ଦେବୀ ବାଙ୍କୀର ଋଚିକ ପାହାଡ ଉପରେ  ପୂଜା ପାଇ ଆସୁଛନ୍ତି । ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ , ବିଷ୍ଣୁଙ୍କ ଷଷ୍ଠ ଅବତାର ଭଗବାନ ପର୍ଶୁରାମ ଊଚିକ ପାହାଡର ଅବସ୍ଥାନ ସମୟରେ ମା ଚର୍ଚ୍ଚିକାଙ୍କର ମୁର୍ତ୍ତିକୁ ଶର ମୁନରେ ଆଙ୍କି ପୂଜା କରିଥିଲେ। ସେହି ଦିନ ଠାରୁ ଦେବୀ ଚର୍ଚ୍ଚିକା ଊଚିକା ପାହାଡ଼ରେ ପୂଜା ପାଇ ଆସୁଛନ୍ତି। ଏହି ଶକ୍ତି ପୀଠର ଅନେକ କିମ୍ବଦନ୍ତୀ ରହିଅଛି।
ବିଶେଷ କରି ଏହି ପୀଠରେ ଆଶ୍ୱିନ ମାସ ଶାରଦୀୟ ଦୁର୍ଗାପୂଜା ରେ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ମହାପଶୁ ଅର୍ପଣ ପରେ ସମାପ୍ତ ହୋଇଥାଏ। ଶାରଦୀୟ ପୂଜା ଅବସରରେ ମା’ଙ୍କର ଦିନକୁ ଦୁଇ ଥର ନିତି କାନ୍ତି ଅନୁସାରେ ପୂଜା ହୋଇଥାଏ। ଏହି ଶାରଦୀୟ ପୂଜା ଅବସରରେ ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ମା’ଚର୍ଚ୍ଚିକା ଙ୍କର ଦର୍ଶନ ପାଇଁ ରାଜ୍ୟର କୋଣଅନୁକୋଣରୁ ଛୁଟିଆସିଥାନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.