ପ୍ରଧାନମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଉପକୃତ ମହିଳା ।

0 226

ଭଞ୍ଜନଗର, ୧୮/୦୯(ପିପିଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ପାଳନ ଅବସରରେ ବୁଧବାର ଭଞ୍ଜନଗର ମିଶନ ଶକ୍ତି ଭବନ ପରିସରରେ ମା’ ନାମରେ ଗଛ ଟିଏ ଓ ସୁଭଦ୍ରା ଯୋଜନାର ଏକ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ କାର୍ଯ୍ୟାଳୟ ପରିସରରେ ଭଞ୍ଜନଗର ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସିଡ଼ିପିଓ ମିଲିମା କୁମାରୀ ପଣ୍ଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର,କାର୍ଯ୍ୟକ୍ରମ ଅଧିକାରୀ ସଙ୍ଗିତା ମିଞ୍ଜ, ବିପିସି ମିଶନ ଶକ୍ତି ପ୍ରଶାନ୍ତ ନାୟକ, ସମସ୍ତ ସୁପରଭାଇଜର, ସୁଭଦ୍ରା କର୍ମଚାରୀ, ଏସଚଜି ମହିଳାମାନଙ୍କ ଉପସ୍ଥିତିରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା।ଏହାପରେ ସୁଭଦ୍ରା ଯୋଜନାର ପ୍ରତମ ବର୍ଷ ପୂର୍ତ୍ତି ସକାଶେ କେକ୍ କାଟି ଉତ୍ସବ ପାଳନ କରିଥିଲେ।ସରକାରଙ୍କ ସୁଭଦ୍ରା ଯୋଜନାରେ ୩ଟି କିସ୍ତି ଅର୍ଥ ପାଇ ମହିଳାମାନେ କିଭଳି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିଥିବା ବିଷୟରେ ଅତିଥିମାନେ କହିଥିଲେ।ଏହା ଦ୍ୱାରା ଉପକୃତ ହୋଇଥିବା ମହିଳା ମାନେ ନିଜର ସଫଳତାର କାହାଣୀ ବଖାଣି ଅନ୍ୟମାନଙ୍କୁ ଉତ୍ସାହିତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ବଳିଷ୍ଠ ପଦକ୍ଷେପ ସକାଶେ କୃତଜ୍ଞତା ଜଣାଇଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.