ବୀରମହାରାଜପୁର ରେ ବିଜେପି ପରିବାର ପକ୍ଷରୁ ମେଗା ରକ୍ତଦାନ ଶିବିର ,୬୭ ୟୁନିଟ ରକ୍ତ ସଂଗ୍ରହ ।

0 149

ସୁବର୍ଣ୍ଣପୁର ,୧୮/୦୯(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲା ବିଜେପି ପରିବାର ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତବର୍ଷ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଅବସରରେ ପାଳନ ହେଉଥିବା ସେବା ପକ୍ଷ ପରିପେକ୍ଷୀ ରେ ଉକ୍ତ ଶିବିର ଆୟୋଜିତ ହୋଇଛି।‌ଏଥିରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‌ଏହି ଶିବିର କୁ ଉଦଘାଟନ କରିଥିଲେ। ଏଥିରେ ୬୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜିଲ୍ଲା ସଭାପତି ବେଣୁଧର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଉଷା କୁମାରୀ, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ମିଶ୍ର, ମଣ୍ଡଳ ସଭାପତି ସୁମନ୍ତ ଜଗଦଲା, ଅଶୋକ ସାହୁ, ମୁକୁରୁ ବାଗ,ବରିଷ୍ଠ କାର୍ଯ୍ୟକର୍ତ୍ତା ଶରତ ମିଶ୍ର, ବିପିନ ପଣ୍ଡା, ରମେଶ ପଣ୍ଡା,ବଳରାମ ସୁନା, ଯୁବମୋର୍ଚ୍ଚା ର ରୋହିତ ହୋତା, ବିପିନ ଭୋଇ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ଜିଲ୍ଲା ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ ସହଯୋଗ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.