ଧୁମଧାମ ରେ ଚାଲିଛି ଆଗ୍ରପୂଜ୍ୟ ଗଣେଶଙ୍କ ଆରାଧନା,ଅଞ୍ଚଳରେ ଭକ୍ତିମୟ ପରିବେଶ ।

0 203

ବେଗୁନିଆପଡା,୨୯/୦୮(ପିପିଟି): କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ଧୁମଧାମରେ ପାଳିତ ହେଉଛି ଆଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା । ସାରା ଅଞ୍ଚଳ ଚଳ ଚଞ୍ଚଳ, ଅଞ୍ଚଳରେ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ । ବିଭିନ୍ନ ସରକାରୀ/ବେସରକାରୀ ଶିକ୍ଷା ଅନୁଷ୍ଠାନ ସହିତ ଛକ ଛକରେ ଆକର୍ଷଣୀୟ ତୋରଣ,ଆଲୋକ ସଜ୍ଜା ସହ ପୂଜା ମଣ୍ଡପରେ ବିରାଜ ମାନ କରୁଛନ୍ତି ବିଘ୍ନ ବିନାଶକ ବିନାୟକ । କୋଦଳା ଏନ୍ଏସି ର ପଣ୍ଡାସାହି, ଖଲାଡି ସାହି,ଗୋଲାସାହି,କଲେଜ ରୋଡ଼,ଏନ୍ଏସି ମାର୍କେଟ କପ୍ଲେକ୍ସ, ହରିଜନ ସାହି,ବସଷ୍ଟାଣ୍ଡ, ଗୌରାଦେଇପୁର,ଇନାମ ବେଲପଡା,ବି ନୂଆପଲୀ,ବାଇଗଣିଆ ସାହି, ପରିବା ବଜାର,ଗଣେଶ ଯୁବକ ସଙ୍ଘ ପ୍ରଭୃତି ସ୍ଥାନରେ ସୁନ୍ଦର ସାଜସଜା ସହିତ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ଗଣେଶ । ଗୋଲାସାହି,ବସଷ୍ଟାଣ୍ଡରେ ସୁନ୍ଦର ତୋରଣ କାମ ହୋଇଥିବା ବେଳେ,ଆଲୋକ ସଜ୍ଜାରେ ସବୁଠାରୁ ଆଗରେ କଲେଜ ରୋଡ଼ ମେଢ଼ । ସନ୍ଧ୍ୟାରେ ଭକ୍ତଙ୍କ ଗହଳି,ଟ୍ରାଫିକ ସମସ୍ୟାର ସମାଧାନ ଓ ଶାନ୍ତି ଶୃଙ୍ଖଳା ରକ୍ଷ୍ୟା ନିମନ୍ତେ କୋଦଳା ପୋଲିସ ପ୍ରଶାସନ ତତ୍ପରତା ଦେଖାଇଛି । କେଉଁ କେଉଁ ମେଢ଼ରେ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କୁ ଶୁଖିଲା ପ୍ରସାଦ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳୁଥିବା ବେଳେ ବସଷ୍ଟାଣ୍ଡ ଠାରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା,ଗ୍ରାମରେ ଆଧ୍ୟାତ୍ମିକ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.