ମଦ ନିଶା ହେଲା କାଳ; ଦୁର୍ଘଟଣାରେ ହାତ ହରେଇଲେ ଯୁବକ ।

0 492

ଭଞ୍ଜନଗର, ୨୮/୦୮(ପିପିଟି):ନିଶା ସେବନ, ଦୁର୍ଘଟଣାର କାରଣ ବୋଲି ଗଞ୍ଜାମ ଜିଲ୍ଲା ଏସପି ହୃଦଙ୍ଗମ କରି ନିଶାଦ୍ରବ୍ୟ ଉପରେ ଅଙ୍କୁଶ ଲଗେଇବାକୁ ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି।ହେଲେ ମଧ୍ୟ ସୁଧରୁ ନାହାଁନ୍ତି ସ୍ଥାନୀୟ ଜନସାଧାରଣ।ଆଜି ବେଲଗୁଣ୍ଠା-ଜଗନ୍ନାଥ ପ୍ରସାଦ ମୁଖ୍ୟ ରାସ୍ତାର ଉଢ଼ରା ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଯେଉଁଥିରେ ଜଣେ ୩୦ବର୍ଷୀୟ ଯୁବକଙ୍କର ବାମ ହାତ ଶରୀର ଠାରୁ ଅଲଗା ହୋଇ ଯାଇଥିଲା।ଏଭଳି ଏକ ଅଭାବନୀୟ ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତିରିଶ ବର୍ଷର ଜଣେ ଯୁବକ ନିଶାରେ ବାଇକ ଚଳାଇ ରାସ୍ତା କଡରେ ଥିବା ଏକ ଜେସିବି ଗାଡିକୁ ଧକ୍କା ଦେଇଥିଲେ।ଏଥିରେ ଯୁବକ ଙ୍କ ହାତ ଛିଡି ଜେସିବି ଗାଡ଼ିରେ ଲାଗି ଝୁଲୁଥିଲା,ଏବଂ ଯୁବକ ଜଣକ ଗୁରୁତର ଅବସ୍ଥାରେ ଥିଲେ।ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ରାସ୍ତା କଡ ଚାଷ ଜମିରେ ପଡି ଥିବା ବେଳେ ଯୁବକ ଜଣକ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଯୁବକ ଜଣକ ଜଗନ୍ନାଥ ପ୍ରସାଦ ଥାନା ଅଧୀନ ପଞ୍ଚଭୁତି ଅଞ୍ଚଳର ବୋଲି ଜଣା ପଡ଼ିଛି।ହେଲେ ଉକ୍ତ ଯୁବକଙ୍କ ପରିଚୟ ମିଳି ପାରିନାହିଁ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.