ଟିୟୁସିଆଇ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ଘେରାଉ;ଶ୍ରମ ମନ୍ତ୍ରୀ ଓ ଶ୍ରମ ଆୟୁକ୍ତଙ୍କୁ ସ୍ମାରକପତ୍ର ।

0 187

ଆସିକା,୨୫/୦୮(ପିପିଟି): ଟ୍ରେଡ ୟୂନିଅନ ସେଣ୍ଟର ଅଫ୍ ଇଣ୍ଡିଆ ସହ ଅନୁବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ନେତୃତ୍ବରେ ଆସିକା କଇଁଫୁଲିଆ ଛକରେ ୪ ଟି ବ୍ଳକର ଶତାଧିକ ଶ୍ରମିକ ଏକାଠି ହୋଇ ହାତରେ ଲାଲ୍ ପତକା ଧରି ନଗର ପରିକ୍ରମା କରି ସର୍ବନିମ୍ନ ମଜୁରୀ ଆଇନ ୧୯୪୮, ସମାନ କାମକୁ ସମାନ ମଜୁରୀ ଆଇନ ୧୯୭୬, ଭବିଷ୍ୟନିଧି ପାଣ୍ଠି ଆଇନ ୧୯୫୨ର ଖୋଲାଖୋଲି ଉଲଘଂନକାରୀ ଏବଂ ମଜୁରୀ ହରିଲୁଟ କରୁଥବା ମାଲିକ, ଠିକାଦାର ଓ ପ୍ରତିଷ୍ଠାନ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଏବଂ ଆବେଦନର ୩୦ ଦିନ ମଧ୍ୟରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସମସ୍ତ ସହାୟତା ରାଶି ଜମା କରିବା ଆଦି ୭ ଦଫା ଦାବୀରେ ଆସିକା ଶ୍ରମ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଟି.ୟୁ.ସି.ଆଇ ର ରାଜ୍ୟ ସଭାପତି ବିଚିତ୍ର ପାତ୍ର ତାଙ୍କ ବକ୍ତବ୍ୟରେ ଗଞ୍ଜାମ ଜିଲ୍ଲାର ଭାତହାଣ୍ଡି ରୁପେ ପରିଚିତ ଆସିକା ଚିନିଶିଳ୍ପ ଜରାଜୀର୍ଣ୍ଣ ଅବସ୍ଥାରେ, ସୂତାକଳ ବନ୍ଦ ହେବା,କୃଷିକ୍ଷେତ୍ର ଧ୍ୱସଂ ହେବା ଏବଂ ନିଶ୍ଚିତ କର୍ମ ନିଯୁକ୍ତି ଆଇନକୁ ବାଟବଣା କରି ବ୍ୟାପକ ଦୁର୍ନୀତି ଓ ହରିଲୁଟର କେନ୍ଦ୍ର ସାଜିଛି ବୋଲି ବର୍ଣ୍ଣନା କରିଥିଲେ। ଶ୍ରମଜୀବୀ ପରିବାର ଆର୍ଥିକ ଅଭାବ ଅନାଟନରେ ରହି ଦାଦନ ଖଟିବା କିମ୍ବା ଆସିକା ଚିନିଶିଳ୍ପ,ସପିଂମଲ, ରାଇସମିଲ, କୁକୁଡାଫାର୍ମ,ସିକ୍ୟୁରିଟି ସଂସ୍ଥା, ମାର୍ବଲ ଓ ଟାଇଲ ଦୋକାନ, ଇଟା ଭାଟି, ସିମେଣ୍ଟ ଦୋକାନ,ଲୁଗା ଦୋକାନ ଏବଂ ନିର୍ମାଣ କ୍ଷେତ୍ର ଆଦି ପ୍ରତିଷ୍ଠାନରେ କାମ କରି ବଞ୍ଚୁଛନ୍ତି । କର୍ପୋରେଟ ସ୍ୱାର୍ଥରେ କାମ କରୁଥିବା ଶ୍ରମବିଭାଗ ଚେଇଁ ଶୋଇଥିବାରୁ ମନଇଛା ଶ୍ରମ ଶୋଷଣ କରୁଥିବା ମାଲିକ,ଠିକାଦାର, ଦଲାଲମାନଙ୍କ ପାଇଁ ବର୍ତମାନ ପୁଷମାସ ହୋଇଛି । ମଜୁରୀ ଏବଂ ସାମାଜିକ ସୁରକ୍ଷା କଥା ଉଠାଇଲେ ମାଲିକ ଓ ଠିକାଦାରଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି ପଡୁଛି ବୋଲି ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଜିଲ୍ଲା ସଂପାଦକ ଶଙ୍କର ଇନକିଲାବ ପ୍ରକାଶ କରିଛନ୍ତି। ଶ୍ରମବିଭାଗ ପକ୍ଷରୁ ଶ୍ରମିକ ଗାଁ, ସାହି, ଲେବର ଷ୍ଟାଣ୍ଡ, ବିଭିନ୍ନ ପ୍ରତିଷ୍ଠାନକୁ ଯାଇ ଆଲୋଚନା, ବୈଠକ ଏବଂ ତଦାରଖ କଲେ ଶ୍ରମିକମାନଙ୍କୁ ନ୍ୟାୟ ମିଳିପାରିଥାନ୍ତା କିନ୍ତୁ ଶ୍ରମ ବିଭାଗ ଏଠି ସ୍ଥାଣୁ। କର୍ପୋରେଟ ସ୍ୱାର୍ଥରେ ଶ୍ରମ ଶୋଷଣକୁ ତୀବ୍ର କରିବାକୁ ବିଜେପି ସରକାର ଆଣିଥିବା ଶ୍ରମିକ ବିରୋଧି ୪ ଟି ଶ୍ରମ ସଂହିତା ଶ୍ରମିକମାନଙ୍କ ସର୍ବନାଶ ପାଇଁ ଉଦ୍ଦିଷ୍ଟ ବୋଲି ବହୁ ଶ୍ରମିକ ନେତା ପ୍ରକାଶ କରିଛନ୍ତି।

ନିର୍ମାଣ ଶ୍ରମିକମାନେ ପଞ୍ଜିକରଣ ଏବଂ ସାମାଜିକ ନିରାପତ୍ତା ପାଇଁ ଉଦ୍ଦିଷ୍ଟ ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା ଶିକ୍ଷା ବୃତ୍ତି ପାଇବା ପାଇଁ ଆବେଦନ କରି ବର୍ଷ ବର୍ଷ ଧରି ଶ୍ରମ କାର୍ଯ୍ୟାଳୟ ଧାଇଁ ନୟାନ୍ତ ହେଉଛନ୍ତି। ପଞ୍ଜିକରଣ ଦେୟ ୨୦ ଟଙ୍କା ଏବଂ ନବୀକରଣ ଦେୟ ୫୦ ଟଙ୍କା କିନ୍ତୁ ହଜାର ହଜାର ଟଙ୍କା ଶ୍ରମିକଙ୍କ ଶ୍ରାଦ୍ଦ ହେଉଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଶ୍ରମ ବିଭାଗ ଶ୍ରମିକଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ସମସ୍ତ ଶ୍ରମିକଙ୍କୁ ପ୍ରଦାନ କରିବା, ସମାନ କାମକୁ ସମାନ ମଜୁରୀ, ଆବେଦନର ୩୦ଦିନ ମଧ୍ୟରେ ପଞ୍ଜିକରଣ,ଘୋଷିତ ସମସ୍ତ ସାମାଜିକ ନିରାପତ୍ତା,ସହାୟତା ରାଶି ଶ୍ରମିକଙ୍କ ସଂଚୟ ଖାତାକୁ ପ୍ରଦାନ କରିବା, ଶ୍ରମିକ ଗାଁ, ସାହି, ଲେବର ଷ୍ଟାଣ୍ଡ ଓ ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରି ଶ୍ରମିକମାନଙ୍କ ସହ ଆଲୋଚନା, ତଦାରଖ, କାର୍ଯ୍ୟାନୁଷ୍ଠାନ ଏବଂ ଶ୍ରମିକଙ୍କ ସମସ୍ୟାର ସମାଧାନ କରିବା, ଆବଶ୍ୟକୀୟ ସଂଖ୍ୟକ ଶ୍ରମ ଅଧିକାରୀ, କର୍ମଚାରୀ, ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ କରି ଶ୍ରମିକମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା, ୫୫ ବର୍ଷ ପରେ ସମସ୍ତ ନିର୍ମାଣ ଓ ଅସଂଗଠିତ ଶ୍ରମିକଙ୍କୁ ୧୦ ହଜାର ଟଙ୍କାର ଅବସରକାଳୀନ ପେନସନ, ପୂର୍ବରୁ ପଞ୍ଜିକୃତ ହୋଇଥବା ଶ୍ରମିକଙ୍କ ନବୀକରଣ ବର୍ତ୍ତମାନ କାମ କରୁଥବା ଶ୍ରମ ଜିଲ୍ଲାରେ ନବୀକରଣର ସୁବ୍ୟବସ୍ଥା ଆଦି ଦାବିରେ ଟିୟୁସିଆଇ ରାଜ୍ୟ ସଭାପତି ବିଚିତ୍ର ପାତ୍ର, ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଜିଲ୍ଲା ସଂପାଦକ ଶଙ୍କର ଇନକିଲାବ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ଜିଲ୍ଲା ସଭାନେତ୍ରୀ ପି.ପାର୍ବତୀ, ଜିଲ୍ଲା ସଂପାଦକ ରାମଚନ୍ଦ୍ର ବାଡତ୍ୟା, ମାମି ବେହେରା, ଅକ୍ଷୟ ସାହୁ, ଦିଲ୍ଲୀପ ପରିଡ଼ା, ଗୈତମ ନାହକ,ହାର ନାହକ, କାଳିଆ ନାହକ,ରାମ ମହାଙ୍କୁଡ, ନିରଞ୍ଜନ ନାହକ ଆଦିଙ୍କ ନେତୃତ୍ବରେ ଆସିକା, କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ ଓ ଧରାକୋଟ ବ୍ଳକର ଶହ ଶହ ଶ୍ରମିକ ସାମିଲ୍ ହୋଇଥିଲେ ।

Leave A Reply

Your email address will not be published.