ଦାଦିଜୀଙ୍କ ପୁଣ୍ୟ ତିଥିରେ ୪୨ୟୁନିଟ ରକ୍ତସଂଗ୍ରହ ।

0 217

ଭଞ୍ଜନଗର, ୨୫/୦୮(ପିପିଟି ):ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ର ମୁଖ୍ୟାଳୟ ମାଉଣ୍ଟ ଆବୁର ପୂର୍ବତନ ପ୍ରଶାସିକା ରାଜଯୋଗିନୀ ଦାଦୀ ପ୍ରକାଶ ମଣିଙ୍କ ୧୮ତମ ପୂଣ୍ୟ ତିଥିରେ ଭଞ୍ଜନଗର ଶାନ୍ତିସ୍ରୋତ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ଅବସରରେ ଉତ୍ତର ଘୁମୁସର ବନାଞ୍ଚଳ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ଏମ.ଭି.ଆଇ କିଶୋର କୁମାର ଦେ, ଷ୍ଟେଟ ବ୍ୟାଙ୍କ ପରିଚାଳକ ହୃଷିକେଶ ବେହେରା, ଉପଖଣ୍ଡ ଚିକିତ୍ସାଳୟର ଡ. ସତୀଶ ମୋହନ ପାଢ଼ୀଙ୍କ ସହ ରକ୍ତ ଭଣ୍ଡାର କର୍ମଚାରୀ ବିପିନ୍ କୁମାର ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ମାଝି ଓ ଅର୍ଚ୍ଚନା ସାହୁ,ବିପଦର ବନ୍ଧୁ ସଦସ୍ୟ ଅରୀକ୍ଷିତ ପରିଛା, ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଅମରେନ୍ଦ୍ର କୁମାର ପଟ୍ଟନାୟକ, ୟୁଜେଏ ଗଞ୍ଜାମ ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ, ସମାଜସେଵୀ ଶୂଳପାଣି ଶତପଥୀ ଉପସ୍ଥିତ ଥିଲେ।ଦାଦୀଜୀଙ୍କ ତ୍ୟାଗ , ତପସ୍ୟା ,ମିଠାବାଣୀ କିପରି ସାରା ବିଶ୍ୱସ୍ତରରେ ସୃଷ୍ଟି କରିଥିବା ବନ୍ଧୁତା ଭାବକୁ ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଦେବୀ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ବ୍ରହ୍ମା କୁମାର ବୈକୁଣ୍ଠ ବାବୁ ସଭା ପରିଚାଳନା କରିଥିବା ବେଳେ ବ୍ରହ୍ମା କୁମାରୀ ପ୍ରାପ୍ତି ଦେବୀ ଧନ୍ୟବାଦ ଜ୍ଞାପନ କରିଥିଲେ।ଏହି ଶିବିରରୁ ମୋଟ ୪୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବ୍ରହ୍ମା କୁମାରୀ ଅଲିଭା, ଅନୀତା, ପିଙ୍କି, ପ୍ରାପ୍ତିଙ୍କ ସମେତ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.