ମହୁପଦର ଠାରେ ୧୩୩ଟି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ।

0 218

ମାଲକାନଗିରି, ୧୮/୦୮(ପିପିଟି):ଆଜି ମାଥିଲି ବ୍ଲକ୍ ମହୁପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ,ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।ଆଜି ମୋଟ ୧୩୩ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା l ସେଥି ମଧ୍ୟରୁ ୮୬ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୪୭ ଗୋଟି ସାମୂହିକ ଅଭିଯୋଗ ରହିଥିଲା। ଏଥି ମଧ୍ୟରୁ ୩୭ ଗୋଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା,
୧୬ ଗୋଟି ପେନସନ, ୬ ଗୋଟି ଜଙ୍ଗଲ ଜମି ଏବଂ ୨୭ ଗୋଟି ଅନ୍ୟାନ୍ୟ ଅଭିଯୋଗ ରହିଥିଲା । ୧୩୩ ଅଭିଯୋଗ ମଧ୍ୟରୁ ୫ ଗୋଟି ଅଭିଯୋଗର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାଥିଲି ବିଡିଓ ପ୍ରମୋଦ କୁମାର ବେହେରା, ସହାୟକ ଜିଲ୍ଲାପାଳ ନିର୍ବାଚନ ଅଶୋକ ଚକ୍ରବର୍ତ୍ତୀଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶୁଣାଣିରେ ରାସନ୍ କାର୍ଡ, ପେନସନ୍ ଓ ଆବାସ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କ୍ୟାମ୍ପ କରାଯାଇ ଅନଲାଇନ୍ ସେବା ଯୋଗାଇ ଦିଆଯାଇଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.