ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡରେ ରକ୍ତଦାନ ଶିବିର ଅନୁଷ୍ଠିତ ।

0 234

ବ୍ରହ୍ମପୁର, ୧୭/୦୮(ପିପିଟି): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ ଗିରିରୋଡ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ବ୍ରହ୍ମାକୁମାରୀସ୍ ଅନ୍ତଃରାଷ୍ଟ୍ରୀୟ ଅନୁଷ୍ଠାନର ପ୍ରଥମ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦୀ ପ୍ରକାଶମଣୀଙ୍କର ଅଷ୍ଟାଦଶତମ ଅବ୍ୟକ୍ତ ଆରୋହଣ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲଡ ବ୍ୟାଙ୍କ ଅଧତ୍କାରୀ ଡା. ଜ୍ୟୋତି ଜାଜ୍ଞସିନୀ ଏବଂ ନର୍ସିଂ ଅଫିସର ଅନୁରାଧା ମାଝୀ ତଥା ଲାବୋରୋଟାରୀ ଟେକ୍ନିସିଆନ୍ ଭାତ୍ରା ଚିନ୍ମୟ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉକ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୩୬ ଜଣ ଯୋଗ୍ୟ ରକ୍ତଦାତା ଯୋଗ ଦେଇ ରକ୍ତଦାନ କରିଥିଲେ । ରକ୍ତଦାତା ମାନେ ହେଲେ, ସୁନିତା ନେପାକ, ସରୋଜ କୁମାର ପଟ୍ଟନାୟକ, ଦିବ୍ୟ ରଞ୍ଜନ ପଟ୍ଟନାୟକ, ସୁଜିତ କୁମାର ପଟ୍ଟନାୟକ, ରାଜେଶ କୁମାର ଦଳାଇ, ଶର୍ମିଷ୍ଠା ମଣ୍ଡଳ, ଅକ୍ଷୟ କୁମାର ପାତ୍ର, ଦେବୀପ୍ରସାଦ ମିଶ୍ର, ରଘୁନାଥ ପ୍ରଧାନ, ବି. କେ. ପ୍ରମୋଦ, ବି. କେ. କସ୍ତୁରୀ ନାୟକ, ମୁନା ନାୟକ, ସୁମିତା ଆଚାର୍ଯ୍ୟ, ଏସ୍. ଡି. ପଣ୍ଡା, ଗିରିଜା କୁମାର ମହାପାତ୍ର, ଶୁଭକଲ୍ୟାଣୀ ଚୌଧୁରୀ, କିଶୋର ଚନ୍ଦ୍ର ଦାଶ, ବି. ଏନ. ଚୌଧୁରୀ, ତାରିଣୀ ଚରଣ ରଥ, ରୋଶନ ବେହେରା, ସନ୍ତୋଷ ପାଣିଗ୍ରାହୀ, ମନୋଜ କୁମାର ସାମଲ, ବିକାଶ ପାଣିଗ୍ରାହୀ, ବି. ଜ୍ୟୋତି ସ୍ବରୂପ, କାଳିଆ ପ୍ରଧାନ, ପ୍ରିତମ ଚାନ୍ଦ ତ୍ରିପାଠୀ, ଅମିତ କୁମାର ସାହୁ, ସୋନମ ଦାଶ, ବିକାଶ ଚନ୍ଦ୍ର ପାଢ଼ୀ, ସସ୍ମିତା ଲେଙ୍କା, ଶ୍ରୀତମ ଷଡଙ୍ଗୀ, ମିଥୁନ ପାଇକ, ସୁନୀଲ ପ୍ରଧାନ, ଭି. ଶୁଭମ ରାଜୁ, ଆକାଶ ପଣ୍ଡା, ସୋମନାଥ ମିଶ୍ର ଆଦି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ବୃନ୍ଦ ତଥା ବ୍ରହ୍ମାକୁମାରୀ ଶାନ୍ତିକୁଣ୍ଡର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.