ଅବକାରୀ ଗାଡିକୁ ଧକ୍କା ଦେଲା ଗଞ୍ଜେଇ ଭର୍ତି କାର।

0 522

ଭଞ୍ଜନଗର, ୧୬/୦୮(ପିପିପି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ଥାନା ପକ୍ଷରୁ ଆଜି ଶ୍ରୀରାମ ନଗର ଛକ ବ୍ରିଜ ଉପରେ ଏକ ଗଞ୍ଜେଇ ଭର୍ତି ଗାଡ଼ି ଓ ଅବକାରୀ ଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ ଅଳ୍ପକେ ବର୍ତିଲେ ଅବକାରୀ କର୍ମଚାରୀ ଓ ଅଭିଯୁକ୍ତ।ସୂଚନା ମୁତାବକ ଅବକାରି ଟିମ ନିଧିଆପଲ୍ଲୀ ଛକ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଧଳା ରଙ୍ଗର କାର ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଧେହ ହେବାରୁ ଅବକାରୀ ଟିମ ଉକ୍ତ କାର ଟିକୁ ପିଛା କରି ଶ୍ରୀରାମନଗର ଛକ ନିକଟରେ ଅଟକାଇବାକୁ ଚେଷ୍ଟା କଲାବେଳେ ଦୁଇ ଗାଡ଼ି ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଗାଡିକୁ ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଗାଡ଼ିରେ ଥିବା ଚାଳକ ଓ ଅନ୍ୟଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରିବାରେ କନ୍ଧମାଳ ରୁ ଭୁବନେଶ୍ୱର କୁ ଚାଲାଣ ହେଉଥିବା ଜଣାପଡିଛି।ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ କୁ ଓଜନ କରିବାରୁ ପ୍ରାୟ ୮୩କେଜି ଥିବା ଜଣାପଡିଛି।

ରିପୋର୍ଟ୍ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.