ଗରାଖ ବେଶରେ ବେପାରୀକୁ ମାଡ଼ି ବସିଲା ଅବକାରୀ;ନୀଳଗିରିରୁ ୧୪ଲକ୍ଷ ଟଙ୍କାର ଧଳା ଜହର ଜବତ ।

0 296

ନୀଳଗିରି,୦୫/୦୮(ପିପିଟି): ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅବକାରୀ ବିଭାଗ ଆଜି ରାତିରେ ଜଣେ ବ୍ରାଉନସୁଗର ବା ଧଳା ଜହର ବେପାରୀକୁ ଗିରଫ କରିଥିବା ବେଳେ ତା’ଠାରୁ ୧୪ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି । ନୀଳଗିରି ଅବକାରୀ ଥାନା ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ ଏବଂ ଓଆଇସି ଜଗନ୍ନାଥ ବେହେରାଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ପହଞ୍ଚିଥିଲା । ଅବକାରୀ କର୍ମଚାରୀମାନେ ସାଦାପୋଷାକରେ ଗରାଖ ସାଜି ଉକ୍ତ ଅଞ୍ଚଳର ଏକ ହୋଟେଲ ପାଖରେ ବସିଥିବା ବେପାରୀ ଲୁଲୁ ଓରଫ ଜଗଦ୍ଦୀଶ ପାଣିଗ୍ରାହୀ (୩୦)ଙ୍କୁ ବ୍ରାଉନ ସୁଗର ମାଗିଥିଲେ । ବେପାରୀ ଜଣକ ଏହି ବ୍ରାଉନସୁଗର ଆଣିବାକୁ ଯାଇଥିବା ଦେଖି ତାକୁ ମାଡ଼ି ବସିଥିଲେ । ଏହି ବେପାରୀଙ୍କ ଠାରୁ ୧୪୦ଗ୍ରାମ ଓଜନର ବ୍ରାଉନସୁଗର ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୧୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି କୁହାଯାଉଛି । ଗିରଫ କରାଯିବା ପରେ ତାକୁ ରାତିରେ ବାଲେଶ୍ୱର କୋର୍ଟକୁ ଚାଲାଣ କରାଯାଇଛି । ଚଢ଼ଉରେ କନଷ୍ଟେବଳ ସନ୍ତୋଷ ବେହେରା,ତପନ ମଲିକ, ନହନ ମୁର୍ମୁ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.