ଯାଜପୁର ରେ ପୁଣି ଲଜ୍ଜ୍ୟା; ୩ ବର୍ଷର ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକ ଅଟକ ।

0 315

ଯାଜପୁର,୦୪/୦୮(ପିପିଟି):ଯାଜପୁରରେ ପୁଣି ଲଜ୍ୟା!। ୩ ବର୍ଷର ନାବାଳିକାକୁ ଗତକାଲି ଅସଦାଚରଣ ଅଭିଯୋଗ ହୋଇଥିବା ଟାଉନ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା। ଯାଜପୁର ଥାନା ଦଶରଥପୁର ବ୍ଲକ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ସୂଚନା ରହିଛି । ତେବେ ଅଭିଯୁକ୍ତ ଅଲେଖ ଜେନାକୁ ଅଟକ ରଖିଛି ପୁଲିସ। ପୀଡ଼ିତା ଶିଶୁ କନ୍ୟାକୁ ଯାଜପୁର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ଜଣାପଡିଛି। ସୂଚନା ଅନୁସାରେ ମାଂସଡାବିନ୍ଧା ଗ୍ରାମର ଶିଶୁକନ୍ୟାର ନିକଟସ୍ଥ ବନ୍ଧୁ ଘରକୁ ଦଶରଥପୁର ଥାନା ଅସନପୁର ଗ୍ରାମର ଯୁବକ ଅଲେଖ ମଲିକ ଆସିଥିଲା। ପରିଚୟ ଥିବାରୁ ଅଲେଖ ସାଇକେଲରେ ଶିଶୁକନ୍ୟାକୁ ବସାଇ ନିକଟସ୍ଥ ରାମବାଗ ବଜାରକୁ ନେଇଥିଲେ। ସେଠାରେ ଶିଶୁକନ୍ୟା ସହିତ ଅସଦାଚାରଣ କରି ଘରେ ଛାଡ଼ି ପଳାଇଥିଲେ। କିଛି ସମୟ ପରେ ଶିଶୁକନ୍ୟାର ପରିସ୍ରାରେ ରକ୍ତସ୍ରାବ ହେବାରୁ ପରିବାର ଲୋକ ବିସ୍ମିତ ହୋଇଥିଲେ। ଏ ସମ୍ପର୍କରେ ପଚାରିବାରୁ ଅଭିଯୁକ୍ତ ଗାଳି ଗୁଲଜ ସହ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ।। ଅବଶ୍ୟ ଅଲେଖଙ୍କୁ ପୁଲିସ ଗିରଫ ଅଟକ ରଖିଥିବା ଜଣାଯାଇଛି।

Leave A Reply

Your email address will not be published.