ଟିଟିଲାଗଡ଼ ଅଞ୍ଚଳରେ ଗଜା ମରୁଡି ଆଶଙ୍କା, ସ୍ଥିତି ପରଖିଲେ ପୂର୍ବତନ ମନ୍ତ୍ରୀ ।

0 224

ଟିଟିଲାଗଡ଼,୨୫/୦୭: ଟିଟିଲାଗଡ଼ ଅଞ୍ଚଳରେ ଚଳିତ ଖରିଫ ଋତୁରେ ବର୍ଷାଭାବ ନେଇ ଗଜା ମରୁଡି ଆଶଙ୍କା ଦେଖାଦେଇଛି । ପୂର୍ବ ସରକାରଙ୍କ ଦ୍ୱାରା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ନିର୍ମିତ୍ତ ୯ ଗୋଟି ବୃହତ ଉଠାଜଳସେଚନ ପ୍ରକଳ୍ପରେ ବର୍ତ୍ତମାନ ତାଲା ପଡିଛି । ଏହାକୁ ନେଇ ଗତକାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାଷୀ ସଇଁତଲା ବ୍ଲକର ଜାତୀୟ ରାଜପଥ 26 ଅବରୋଧ କରିଥିଲେ । ଆନ୍ଦୋଳନରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଚାଷୀଙ୍କୁ ବର୍ତ୍ତମାନର ସରକାର ତଳିତଳାନ୍ତ କରିବା ଭଳି ଆଭିମୁଖ୍ୟକୁ କଡା ନିନ୍ଦା କରିଥିଲେ । ଆଜି ପୂର୍ବତନ ଶ୍ରୀମତୀ ସାହୁ ଟିଟିଲାଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କାଳରେ କରାଳ ମରୁଡି ନେଇ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ସରକାର ସମୟରେ ଟିଟିଲାଗଡ଼ ବ୍ଲକରେ ଦୁଇଟି,ସଇଁତଲା ବ୍ଲକରେ ଚାରି ଗୋଟି, ଗୁଡଭେଲା ବ୍ଲକରେ ତିନୋଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ପ୍ରାୟ ୭ ବର୍ଷ ହେଲା ଚାଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇଥିଲା । ତେବେ ବର୍ତ୍ତମାନର ସରକାର ଉକ୍ତ ସମସ୍ତ ପ୍ରକଳ୍ପ ଗୁଡିକରେ ତାଲା ବନ୍ଦ କରିଦେଇଛି । ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଆହୁରି ୧୬୦୦ କୋଟି ଟଙ୍କାର ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ ଟେଣ୍ଡର ମଧ୍ୟ କରିସାରିଥିଲେ । ହେଲେ ବର୍ତ୍ତମାନର ଚାଷୀ ବିରୋଧି ବିଜେପି ସରକାର ଏହାକୁ ବାତିଲ କରିବା ଭଳି ଅକ୍ଷମଣୀୟ ଅପରାଧକୁ ଚାଷୀ କେବେ ବରଦାସ୍ତ କରିବେ ନାହିଁ । ପୀଡିତ ଚାଷୀ ପରିବାରଙ୍କ ସହ ଆଗାମୀ ଦିନରେ ଆମେ ମଧ୍ୟ ଏହାର ଜବାବ ମାଗିବୁ, ଚାଷୀଙ୍କୁ ହଇରାଣ ହରକତ କରୁଥିବା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ ହେବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସାହୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.