ବେଗୁନିଆପଡ଼ା ଅଞ୍ଚଳରେ କଂଗ୍ରେସର ବନ୍ଦ ଡାକରା ।

0 208

ବେଗୁନିଆପଡ଼ା,୧୭/୦୭(ପିପିଟି) :ଫକୀର ମୋହନ ମହାବିଦ୍ୟାଳୟ ର ଦିବଂଗତା ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବୀ ଓ ନାରୀ ନିର୍ଯ୍ୟାତନା ରୋକିବାରେ ବିଜେପି ସରକାର ର ବିଫଳତା ବିରୋଧରେ ଆଜି ଓଡିଶା ପ୍ରଦେଶ କମିଟିର ଓଡ଼ିଶା ବନ୍ଦ ଡାକରା କ୍ରମେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅଞ୍ଚଳରେ ବରିଷ୍ଟ କଂଗ୍ରେସ ନେତା ଭବାନୀ ପ୍ରସାଦ ଜେନା (ବୁଲା )ଙ୍କ ନେତୃତ୍ଵରେ ବନ୍ଦର ପ୍ରଭାବ ପଡିଛି । ବୁଲା ଜେନାଙ୍କ ନେତୃତ୍ୟରେ ବହୁ ଯୁବ କଂଗ୍ରେସ କର୍ମୀ ମାନେ ନାରାବାଜି କରିବା ସହ ପିକେଟିଂ କରି ବିଭିନ୍ନ ସ୍ଥାନରେ ଦୋକାନ ବଜାର,ସ୍କୁଲ, କଲେଜ,ବିଭିନ୍ନ ଯାନବାହାନ ଚଳାଚଳ କୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରିଛନ୍ତି । ଏହି ବନ୍ଦ କୁ ଜନ ସାଧାରଣ ମାନେ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ଅପ୍ରୀତିକର ପରିସ୍ଥିତିକୁ ଆଖିଆଗରେ ରଖି ବେଗୁନିଆପଡ଼ା ଥାନା ପୋଲିସ ପେଟ୍ରୋଲିଂ କରୁଥିଲା । ଏଥିରେ ବୁଲୁ ପ୍ରଧାନ ସମେତ କଂଗ୍ରେସର ବହୁ ଯୁବ କର୍ମୀ ମାନେ ସାମିଲ୍ ଥିଲେ । କିନ୍ତୁ କୋଦଳା ଏନ୍ଏସି ରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା । ଗାଡି ବସ ସମ୍ପୂର୍ଣ ବନ୍ଦ ଥିବା ବେଳେ ଗୋଟିଏ ଦୁଇଟି ଲକ୍ଷ୍ମୀ ବସ ଚାଲିଥିଲା, କେତେକ ଦୋକାନ ବଜାର ଖୋଲାଥିଲା,କିନ୍ତୁ ଜନସାଧାରଣ ଏହାକୁ ସମର୍ଥନ କରିଥିବାରୁ ରାସ୍ତା ଘାଟ ବଜାର,ବସଷ୍ଟାଣ୍ଡ ଖାଁ ଖାଁ ଲାଗୁଥିଲା । କୌଣସି ଅପ୍ରିତିକାର ପରିସ୍ଥିତି ଯେମିତି ସୃଷ୍ଟି ନହେବ ସେଥିପ୍ରତି କୋଦଳା ପୋଲିସ ମୃତୟନ ଥିଲେ ।

ରିପୋର୍ଟ-ସୂର୍ଯ୍ୟନାରାୟଣ ବଡୁ

Leave A Reply

Your email address will not be published.