ଅସହାୟ ବ୍ୟକ୍ତିଙ୍କ ସେବାରେ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ।

0 177

ପୋଲସରା ,୧୬/୦୭(ପିପିଟି) : ଜଣେ ଅସହାୟ ବ୍ୟକ୍ତି ଉଲଗ୍ନ ହୋଇ ଏକ ଭଙ୍ଗା କେବିନ ତଳେ ପଡିରହିଥିବା ବେଳେ ତାଙ୍କୁ ଉଦ୍ଧାର କରି ସେବା ଯୋଗାଇଛନ୍ତି ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ବୃନ୍ଦ। ଖବର ପାଇ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ବୃନ୍ଦ ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ସଫାସୁତରା କରିବା ସହିତ ନୁଆଁ ବସ୍ତ୍ର ପିନ୍ଧାଇ ବୁଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ଅସହାୟ ବ୍ୟକ୍ତିଙ୍କ ଗୋଡ଼ରେ ଆଘାତ ଲାଗି ପୋକ ହୋଇଯାଇଥିବା ବେଳେ ଅନାହାର ଯୋଗୁଁ ଦୃବଳ ହୋଇପଡ଼ିଥିଲେ। ବ୍ୟକ୍ତି ଜଣକ ବୁଗୁଡ଼ା ଏନଏସି ଅନ୍ତର୍ଗତ ଗଣ୍ଡାମଞ୍ଜି ସାହିର ମନୋଜ ଜେନା (୩୨) ବର୍ଷ ହୋଇଥିବା ବେଳେ କିଛିଦିନ ହେଲା ଖାଦ୍ୟ ଅଭାବରୁ ଏହିଭଳି ଅବସ୍ଥାରେ ପଡିରହିଥିଲେ। ହେଲେ ଦେବଦୁତ ସାଜିଥିବା ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ବୃନ୍ଦ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଏହି ବିଷୟ ଅବଗତ କରାଇବାପରେ ମନୋଜଙ୍କୁ ଉତ୍ତମ ଚିକିତ୍ସା କରାଇ ସରକାରଙ୍କ ପକ୍ଷରୁ କୌଣସି ଏକ ସେବାଶ୍ରମରେ ରଖିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.