ପାଟିଗଡ ଦଳପତି ସମାଜ ପୋଲସରା ଗ୍ରାମ୍ୟ କମିଟି ଗଠନ।

0 231

ପୋଲସରା (ପିପିଟି) ତା.୧୩/୦୭/୨୦୨୫:- ଆଜି ରବିବାର ଦିନ ପାଟିଗଡ ଦଳପତି ସମାଜ ପୋଲସରା (ଆଠଗଡ଼ ତାଲୁକା), ମଥୁରା ଅଞ୍ଚଳ, ଗଞ୍ଜାମର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ପୋଲସରା ଏନ୍ଏସି ୧୬ ନଂ ୱାର୍ଡ ପାଟିଗଡ ଗ୍ରାମସ୍ଥିତ ଦଳପତି ସମାଜ ଗୃହଠାରେ ଅନୁଷ୍ଠିତ ହୋଇଯାଇଛି।
ଦଳପତି ମହାସଭା ଗଂଜାମ ଜିଲ୍ଲା (ଅବିଭକ୍ତ) ସୌଜନ୍ୟରେ ଅନୁଷ୍ଠିତ ବୈଠକଟିକୁ ପାଟିଗଡ ଦଳପତି ସମାଜ ସଭାପତି ଗୌରହରି ବିଷୋୟୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ବରିଷ୍ଠ ସମାଜସେବୀ ଦଣ୍ଡପାଣି ସାମଲ ଏଵଂ କେନ୍ଦ୍ରୀୟ କମିଟି ଦଳପତି ମହାସଭା ସମ୍ପାଦକ ତଥା ଆଇନଜୀବୀ ପବିତ୍ର କୁମାର ନାୟକ ଯୋଗଦେଇଥିଲେ। ଏହି ଅବସରରେ ସମାଜର ବିଭିନ୍ନ ପ୍ରସ°ଗ ଓ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଶେଷରେ ସମାଜର ପାଟିଗଡ ଗ୍ରାମ୍ୟ କମିଟି ସର୍ବସମ୍ମତି କ୍ରମେ ଗଠନ କରାଯାଇଛି। ସଭାପତିଭାବେ ଜଗଦୀଶ ରାଉତ (ଓବିଶି କମିଟି ଅଧ୍ୟକ୍ଷ), ଉପାଧ୍ୟକ୍ଷ ହୃଷୀକେଶ ସାହାଣୀ, ସମ୍ପାଦକ ଭାବେ ରବି ବିଷୋୟୀ, ସହ ସମ୍ପାଦକ ଭାବେ କୃଷ୍ଣଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଭାବେ ଟୁଟୁ ବିଷୋୟୀ, ଉପଦେଷ୍ଟା ଭାବେ ମହେଶ୍ୱର ସାହାଣୀଙ୍କ ସମେତ ସଭ୍ୟଭାବେ କାଳୁଚରଣ ପାତ୍ର ଓ ରଘୁନାଥ ପାତ୍ରଙ୍କୁ କମିଟିରେ ନିଆଯାଇଛି। ନୂତନ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ଏଵଂ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ସମାଜର ପ୍ରାୟ ୩୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.