କୋଦଳା,୧୨/୦୭(ପିପିଟି):କୋଦଳା ଠାରୁ ଆସିକା ମୁଖ୍ୟ ରାସ୍ତାକଡ଼ ରେ ଏକ ଆଳୁ ବୋଝେଇ ଟ୍ରକ ଓଲଟି ପଡିଯାଇଥିବା ଦେଖିବାକୁ ମିଳିଛି ।ପ୍ରତ୍ୟକ ଦିନ ଭଳି ଆଜି ଭୋର ୫ ଟା ରେ ପଶ୍ଚିମ ବଙ୍ଗ ଖଡ଼ଗପୁର ଠାରୁ ବୁଗୁଡ଼ା କୁ ଆଳୁ ନେଉଥିବା ବେଳେ କୌଣସି କାରଣ ବଶତଃ ରାଜ୍ୟ ରାଜପଥ ମଠ ବ୍ରହ୍ମପୁର ନିକଟରେ ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଖସି ପଡିଥିଲା । ସୌଭାଗ୍ୟ ବଶତଃ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଖବର ପାଇ କୋଦଳା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛନ୍ତି । ଅନ୍ୟପଟେ ଗାଡିର ବ୍ରେକ ଫେଲ ହୋଇଯିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଟ୍ରକ ଡ୍ରାଇଭର ନାସିରୁଦ୍ଦିନ ମଣ୍ଡଳ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)