କ୍ୟାରିଅର କାଉଁସିଲିଙ୍ଗ କାର୍ଯ୍ଯକ୍ରମ ଅନୁଷ୍ଠିତ ।

0 228

ବେଗୁନିଆପଡା,୧୨/୦୭(ପିପିଟି): ଶନିବାର ଦିବା ୧୨ ଘଣ୍ଟ ସମୟରେ କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ଶେଷ ବର୍ଷ ଏବଂ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନେଇ ଭବିଷ୍ୟତ ମାର୍ଗ ଦର୍ଶନ ଉଦ୍ଦେଶ୍ଯରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ରଘୁନାଥ ମୁଦୁଲି ଅଧ୍ୟକ୍ଷତା କରିଥିଲେ । ଇତିହାସ ବିଭାଗୀୟ ମୁଖ୍ୟ ବିନୋଦ କୁମାର ମିଶ୍ର ଏବଂ ଓଡିଆ ବିଭାଗୀୟ ମୁଖ୍ୟ ରଞ୍ଜୁବାଳା ନନ୍ଦ ଉପସ୍ଥିତ ଥିଲେ । ସାଧନା କର୍ମୀ ଭାବେ ଆଡଭୋକେଟ ଜମିର ଅଲ୍ଲୀ ଖାନ୍ ଯୋଗ ଦେଇ ଆଇନ ଶିକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇ ସମାଜ ସେବାରେ ଆଇନର ଆବଶ୍ୟକତା କିପରି ଅଧିକ ତାହା ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ । ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ସପନ କୁମାର ଦାଶ, ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ତପସ୍ୱିନୀ କରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ଗଣିତ ବିଭାଗ ଅଧ୍ୟାପିକା ପ୍ରିୟଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.