ପୋଲସରା ବ୍ରାହ୍ମଣ ସାହି ସହିତ ବିଭିନ୍ନ ଗ୍ରାମରେରେ ବାହୁଡା଼ ଯାତ୍ରା।

0 91

ପୋଲସରା ,୦୫/୦୭(ପିପିଟି) : ଆଜି ବିଶ୍ୱ ନୀୟନ୍ତା ଶ୍ରୀଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ବହୁ ଆଡମ୍ବର ସହକାରେ ପୋଲସରା ବ୍ରାହ୍ମଣ ସାହି ସହିତ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହୋଇଛି। ସକାଳୁ ନିତି କାନ୍ତି ଅନୁସାରେ ଠାକୁରଙ୍କ ପର୍ଯ୍ୟାୟକ୍ରମେ ପୂଜାର୍ଚ୍ଚନା, ପହଣ୍ଡି ବିଜେ ଏବଂ ଛେରାପହଁରା ହେବାପରେ ବ୍ରାହ୍ମଣ ସାହି ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ସ୍ବାମୀ ବିଜେ ଜଗନ୍ନାଥ ଙ୍କୁ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ କରାଯାଇଥିଲା। ରଥରେ ସନ୍ଧ୍ୟା ଆଳତି ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।କଳମ୍ବ, ମଥୁରା, ଜା ଦେଙ୍ଗାପଦର , ହାତୀଓଟ, ବାଲିଛାଇ, ଖଣ୍ଡୁରୁ , ରୁମାଗଡ଼, ସୋଡକ , ଗୋଛାବାଡି, ଢୁଙ୍କାପଡ଼ା, ଚିରିକି ପଡ଼ା ଶାସନ, ଜିଲୁଣ୍ଡା ସମେତ ଅନ୍ୟାନ୍ୟ ସ୍ଥାନରେ ବାହୁଡ଼ା ଯାତ୍ରା ପାଳନ ହୋଇଥିବା ବେଳେ ରାତି ୮ଘଣ୍ଟା ପର୍ଯ୍ୟନ୍ତ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.