ଜୀବନ ଦ୍ୟୁତୀ ଏଜୁକେଶନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ, ଜୀବନ ଧାରା ପରିବାର,ସୁମଣ୍ଡଳ ବନବିଭାଗ ଓ ଛାତ୍ର ମାନଙ୍କ ପକ୍ଷରୁ ମେଗା ଚାରା ରୋପଣ କାର୍ଯ୍ୟକ୍ରମ ।
କୋଦଳା,୦୫/୦୭(ପିପିଟି): ବନ ମହୋତ୍ସବ ସପ୍ତାହ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଜୀବନ ଦ୍ୟୁତୀ ଏଜୁକେଶନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ, ଜୀବନ ଧାରା ପରିବାର ଓ ସୁମଣ୍ଡଳ ବନବିଭାଗ ମିଳିତ ଆନୁକୂଲ୍ୟରେ ଅଙ୍ଗାରଗାଁ ଠାରୁ ଗିଲିଣ୍ଡା ପର୍ଯ୍ୟନ୍ତ ଥିବା ରାସ୍ତା ପାର୍ଶ୍ୱରେ ଏକ ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁମଣ୍ଡଳ ବନ ବିଭାଗ ଅଧିକାରୀ ସନ୍ତୋଷ କୁମାର ମଲ୍ଲିକ,ବନ କର୍ମଚାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ,ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ,ଶିକ୍ଷାବିତ୍ ଦେବେନ୍ଦ୍ର କୁମାର ମହାରଣା, ମଧୁସୁଧନ ସେଠୀ,ଜୀବନ ଧାରା ପରିବାରର ସଭାପତି ଏମ.ଗୋପବନ୍ଧୁ ଆଚାରୀ,ପୂର୍ଣ୍ଣଚନ୍ଦ୍ର ସେଠୀ, ମା କାଜୁ ଇଣ୍ଡଷ୍ଟ୍ରି ର ପ୍ରୋପାଇଟର କେ.ପ୍ରଦୀପ କୁମାର ପାତ୍ର, କେ. ପ୍ରମିଳା ପାତ୍ର, କେ.ପାୟଲ ପାତ୍ର, ସମାଜ ସେବୀ ଆରତ କୁମାର ବେହେରା,ଶୁଶାନ୍ତ କୁମାର ସ୍ବାଇଁ, ଜୀବନ ଧାରା ପରିବାର ର ଉପସଭାପତି ଗଙ୍ଗାଧର ପଟ୍ଟନାୟକ,ପବିତ୍ର କୁମାର ସ୍ୱାଇଁ,ବିଶ୍ବମ୍ବର ବିଶ୍ଵାଳ ତପନ କୁମାର ପ୍ରଧାନ, ପୁର୍ଣ୍ଣ ଚନ୍ଦ୍ର ସେଠୀ, ବିଜୟ କୁମାର, ଗୋବିନ୍ଦ ସ୍ବାଇଁ,ବିଷ୍ଣୁ ପ୍ରସାଦ ସାହୁ, ଟୁକୁନା ସାହୁ, ଦିପୁନା ସେଠୀ ଜୀବନ ଦ୍ୟୁତୀ ଏଜୁକେଶନାଲ ଚାରିଟେବଲ ଟ୍ରଷ୍ଟ ପ୍ରତିଷ୍ଠାତା ଟୁକୁନା ପ୍ରଧାନଙ୍କ ସମେତ ବହୁ ସ୍ବେଛାସେବୀ, ବନ ବିଭାଗ କର୍ମଚାରୀ, ଛାତ୍ର,ଜୀବନ ଧାରା ପରିବାର ର ସଦସ୍ୟ ଏବଂ ଜୀବନ ଦ୍ୟୁତୀ ଟ୍ରଷ୍ଟ ର ସଦସ୍ୟ ମାନେ ଉପସ୍ଥିତ ରହି ୨୦୦ ରୁ ଅଧିକ ଚାରା ରୋପଣ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)