ଅଧ୍ୟକ୍ଷଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା।

0 253

ବୋଲଗଡ଼,୦୨/୦୭(ପିପିଟି):ବୋଲଗଡ଼ ବ୍ଲକ ଦେଉଳି ସ୍ଥିତ ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ତପନ କୁମାର ଜେନା ଚାକିରୀ କାର୍ଯ୍ୟକାଳ ସମାପନ ହେତୁ ତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଅଛି। ବିଦ୍ୟାଳୟର ନୂତନ ଅଧକ୍ଷ ରାମଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ ନିମନ୍ତ୍ରୀତ ଅତିଥି ଓ ପୂରାତନ ଛାତ୍ର ଛାତ୍ରୀ କର୍ମଚାରୀ ଯୋଗ ଦେଇଥିଲେ। ଜୀବନର ତିରିଶି ବର୍ଷ ଚାକିରୀ କାଳରେ ଜଣେ ପ୍ରବୀଣ ଅର୍ଥଶାସ୍ତ୍ର ଅଧ୍ୟାପକ ସହ ଦକ୍ଷ ପ୍ରଶାସକ ଭାବରେ ସେ ବେଶ୍ ଜଣାଶୁଣା ଥିଲେ। ଏଥିସହ ଜଣେ ସରଳ,ମିଷ୍ଟଭାଷୀ,ମେଳାପୀ,ଛାତ୍ରବତ୍ସଳ ଭାବରେ ଲୋକ ପ୍ରିୟ ହୋଇପାରିଛନ୍ତି। ଶେଷରେ ତାଙ୍କର ଅବସରକାଳୀନ ଜୀବନ ସୁଖମୟ କାମନା କରି ଉପଢୌକନ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.