ପୋଲସରା ,୨୭/୦୬(ପିପିଟି) : ମାଧବ ସେବା ଠାରୁ ସ°ସାରରେ ବଡ ସେବା ନାହିଁ ଏ ଆପ୍ତବାକ୍ୟ ନିରାଟ ସତ୍ୟ/କିନ୍ତୁ ଏହାଠାରୁ ମଧ୍ୟ ବଡ ସେବା ହେଉଛି ଭୋକିଲା ନିରୀହ ପ୍ରାଣୀମାନଙ୍କୁ ସେବା କରିବା। ଏହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଶିକ୍ଷା ଅଧ୍ୟୟନରତ ଛାତ୍ରୀ ମାନଙ୍କ ଦ୍ଵାରା ନିସ୍ୱାର୍ଥପର ସେବା କାର୍ଯ୍ୟକୁ ନେଇ। ଆଜି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି। ବିଶ୍ଵ ନିୟନ୍ତା ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା। ଏଭଳି ପବିତ୍ର ତିଥି ଦିବସରେ ପୋଲସରା ବିଜ୍ଞାନ କଲେଜର ଏନସିସି ଛାତ୍ରୀମାନେ ସହରର ବେଲଗାଁ ଛକ ସ୍ଥିତ ଜିବେଦୟା ଚାରିଟିବୁଲ୍ ଟ୍ରଷ୍ଟରୁ ଆରମ୍ଭ କରି ରାଣୀପଡ଼ା ପଯ୍ୟନ୍ତ ମୁଖ୍ୟସଡ଼କ ଏଵଂ ଗଳି ଗୁଡିକରେ ବୁଲୁଥିବା ଅସହାୟ ନିରୀହ ବୁଲା ଗାଈ, ବଳଦ, ଷଣ୍ଢ, ଗଧ ଓ କୁକୁରମାନଙ୍କୁ ରନ୍ଧନ ଖାଦ୍ୟ, ଘାସ, ବିସ୍କୁଟ ଓ ପାଉଁରୁଟି ଓ କଦଳୀ ଇତ୍ୟାଦି ଖାଦ୍ୟ ବଣ୍ଟନ କରିଥିବାର ପ୍ରେରଣାଦାୟୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ଲିଙ୍ଗରାଜ ଆଇନ କଲେଜ ଛାତ୍ର ନାରାୟଣ ସାହୁଙ୍କ ନେତୃତ୍ୱରେ ଛାତ୍ରୀମାନଙ୍କ ଦ୍ଵାରା କରାଯାଇଥିବା ସେବାକାର୍ଯ୍ୟକୁ ନେଇ ବୁଦ୍ଧିଜୀବୀଙ୍କ ସମେତ ସର୍ବସାଧାରଣ ଭୂରି ଭୂରି ପ୍ରଶ°ସା କରିଛନ୍ତି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା