ହେ ମଣିମା
ଆସିଛି ମୁଁ ପୁରୀଧାମକୁ
ମହୋଦଧି କୂଳେ ବସିଣ ଆକୁଳେ
ଜପୁଛି ତୋ ଦିବ୍ଯ ନାମକୁ….!!
ବଡ ଦାଣ୍ଡେ ପାଦ ପଡୁ ପଡୁ ମୋର
ଅଧା ପାପ ହେବ ଦୂର…..
ଆଉ ଅଧା ପାପ ଖଣ୍ଡନ ହୋଇବ
ଦେଖିଲେ ରଙ୍ଗା ଅଧର….
ହେ ମଣିମା… !!
କିଛି କିଛି ପୁଣ୍ୟ ହୃଦ ଗଣ୍ଠିଲିରେ
କରିବି ମୁଁ ଗଣ୍ଠିଧନ….
ଗଲା ବେଳେ ନେବି ସାଇତା କରିଣ
ସୁଖେ ବଞ୍ଚୁଥିବି ଦିନ….
ହେ ମଣିମା….!!
ବଡ ଦେଉଳରେ ପାଦ ଦେଉ ଦେଉ
ସବୁ ପାପ ଯିବ ଛାଡି…
ତୋ କଳାଶ୍ରୀମୁଖ ଦେଖୁ ଦେଖୁ ଦୁଃଖ
ସବୁ ପଳାଇବ ଉଡ଼ି….
ହେ ମଣିମା…..!!
ଖାଇ ତୋ ଅଭଡା ଆନନ୍ଦ ମନରେ
ନାଚୁଥିବି ଥେଇ ଥେଇ…
ତୁଳସୀର କଣ୍ଠି ବେକରେ ଲମ୍ବାଇ
ବୈଷ୍ଣବ ହୋଇବି ମୁହିଁ….
ହେ ମଣିମା….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ, ସଂସଦ, ମାଲକାନଗିରି)