ସାନ୍ତାଳୀ ଭାଷା ପାଇଁ ଫାଗୁ ବାସ୍କେଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୫ ସମ୍ମାନ ।

0 141

ବାଙ୍ଗିରିପୋଷି,୧୮/୦୬:ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଭୋଳାଗଡିଆ ଗ୍ରାମର ଯୁବ କବି ଫାଗୁ ବାସ୍କେଙ୍କୁ ସାନ୍ତାଳୀ ଭାଷା ବର୍ଗରେ ତାଙ୍କ ସନ୍ତାଳୀ କବିତା ସଂଗ୍ରହ “ଆଳା ସାଅଁ ଇଞ୍” (ᱟᱹᱲᱟ ᱥᱟᱶ ᱤᱧ) ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୫ ପାଇଁ ଚୟନ କରାଯାଇଛି ।

ଫାଗୁ ବାସ୍କେ ସମରାୟ ବାସ୍କେ ଓ ସାକ୍ରା ବାସ୍କେଙ୍କର ଜ୍ୟେଷ୍ଠ ପୁତ୍ର ଓ ସାତ ଭାଇ-ଭଉଣୀ ମଧ୍ୟରୁ ବଡ଼। ସେ ଏବେ ବାଙ୍ଗ୍ରୀପୋଷୀ ବ୍ଲକର ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମ୍ଭୀର ମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ସହଯୋଗୀ ଶିକ୍ଷକ ଭାବରେ କାର୍ଯ୍ୟରତ।

ଶ୍ରୀ ବାସ୍କେ ସାନ୍ତାଳୀ ସାହିତ୍ୟରେ ରୁଚି ରଖିବା ସହ ସନ୍ତାଳୀ ଭାଷାର ଡିଜିଟାଲ ଉନ୍ନତି ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ସେ ସନ୍ତାଳୀ ଉଇକିପିଡିଆର ସଂସ୍ଥାପକ ସଦସ୍ୟ ଓ ସନ୍ତାଳୀ ଇ-ମ୍ୟାଗାଜିନ୍ ‘ବିର୍ମାଲି’ର ସହ-ସଂସ୍ଥାପକ ଏବଂ ସମ୍ପାଦକ, ସାନ୍ତାଳୀ ଭାଷା ସାହିତ୍ୟକୁ ଡିଜିଟାଲକରଣ କରୁଥିବା ରାମଜିତ ଟୁଡୁ ଏବଂ ଆର୍ ଅଶ୍ବନୀ ବଞ୍ଜନ ମୁର୍ମୁଙ୍କର ପ୍ରମୁଖ ସହଯୋଗୀ ।

ଫାଗୁ ବାସ୍କେଙ୍କର ଏହି ସଫଳତାରେ ସ୍ଥାନୀୟ ଅଞ୍ଚଳସହ ଓଡିଶାର ସାନ୍ତାଳ ସମ୍ପ୍ରଦାୟ ମଧ୍ୟରେ ଅନେକ ଉତ୍ସାହ ଦେଖା ଦିଆଯାଇଛି ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.