ଭଞ୍ଜନଗର, ୧୬/୦୬(ପିପିଟି) : ଭଞ୍ଜନଗର ଠାରେ ମିଳିତ ଜନ ଶୁଣାଣି ଶିବିରରେ ଘୁମୁସର ବିକାଶ ପରିଷଦ ତରଫରୁ ସୋମନାଥ ନାୟକ, ପ୍ରକାଶ ଚନ୍ଦ୍ର ସାହୁ, ରବି ନାରାୟଣ ସାମନ୍ତ ବ୍ରହ୍ମପୁର – ରେଢ଼ାଖୋଲ ରେଳପଥ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ଏକ ଚିଠି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଦାନ କରାଯାଇଛି। ଗତ ୧୩ତାରିଖ ଦକ୍ଷିଣ ଓଡିଶା ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ଭଞ୍ଜନଗରରେ ଓକିଲ ସଂଘ ଓ ଅନ୍ୟ ସମସ୍ତ ସଂଘର ସଭ୍ୟ ମାନଙ୍କ ସହାୟତାରେ ବାଇକ ରାଲି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ଏସମ୍ପର୍କିତ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ।ଆଜି ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦିଆ ଯାଇଥିବା ଏହି ଚିଠିରେ ଓରିଡାଲ ଗତ ଫେବୃଆରୀ ମାସରୁ ଯେଉଁ ଏଜେନ୍ସିକୁ ବାକିଆ ଥିବା ସର୍ଭେ କାମ ଶୀଘ୍ର ସାରିବାକୁ ଦେଇଛି ତାହା କାହିଁକି କରୁନାହିଁ ସେ ବିଷୟ ଦର୍ଶାଇ ମନ୍ତ୍ରୀ ଏଦିଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଥିବା ଜଣାଯାଇଛି।ଏହି ରେଳପଥ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)