ପୋଲସରା,୧୫/୦୫ (ପିପିଟି) : ଦଳର ସାଂଗଠନିକ ମଜଭୁତ ସହ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ଘୁମୁସର ଜିଲ୍ଲା ଅନ୍ତର୍ଗତ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ଜିଲ୍ଲା ଭଂଜନଗର (ଗଂଜାମ) ପକ୍ଷରୁ ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ୭ ଜଣିଆ ମଣ୍ଡଳ ସଭାପତିଙ୍କ ନାମ ଘୋଷଣା କରାଯାଇଥିବା ଜଣାପଡ଼ିଛି। ପାର୍ଟି ସଂଗଠନ ପର୍ବ-୨୦୨୪ ସୂଚନା ପ୍ରକାରେ ନିକଟରେ ଅନୁଷ୍ଠିତ ହୋଇଥିବା ଦଳୀୟ ସଙ୍ଗଠନ ପର୍ବ-୨୦୨୫ ଅନୁସାରେ ଏକ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ପୋଲସରା ନିର୍ବାଚନ ମଣ୍ଡଳୀର ହାତୀଓଟ ମଣ୍ଡଳ ସଭାପତି ଭାବେ ପୂର୍ବତନ କଳମ୍ବ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ଓ ମଥୁରା ମଣ୍ଡଳ ସଭାପତି ଭାବେ କୃଷ୍ଣଚନ୍ଦ୍ର ଜେନା ଏବଂ ବୁଗୁଡ଼ା ଏନ୍.ଏ.ସି. ମଣ୍ଡଳ ସଭାପତି ଭାବେ କେଦାର ନାଥ ମହାରଣା ଓ ମାଣିତରା ମଣ୍ଡଳ ସଭାପତି ଭାବେ କାର୍ତ୍ତିକ କୁମାର ମଙ୍ଗଳା, କରଚୁଲି ମଣ୍ଡଳ ସଭାପତି ଭାବେ ସୁନୀଲ ପ୍ରଧାନ ଏଵଂ ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ଏନ୍.ଏ.ସି. ମଣ୍ଡଳ ସଭାପତି ଭାବେ ନାରାୟଣ ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇ ଦାୟିତ୍ଵ ପ୍ରଦାନ କରାଯାଇଛି। ତେବେ ଦଳ ତରଫରୁ ବିଶ୍ୱାସ ରଖାଯାଇ ଏଭଳି ଗୁରୁତ୍ଵପୂର୍ଣ୍ଣ
ମଣ୍ଡଳ ସଭାପତି ପଦବୀ ପାଇଁ ଯୋଗ୍ୟ ବ୍ୟକ୍ତିଭାବେ ଗୁରୁଦାୟିତ୍ଵ ଦଳ ତରଫରୁ ଦିଆଯାଇଥିବାରୁ ପ୍ରଥମକରି ନୂତନ ଭାବେ ମଣ୍ଡଳ ସଭାପତି ପଦ ଅଳ°କୃତ କରିଥିବା ପ୍ରଶାନ୍ତ କୁମାର ପ୍ରଧାନ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଭଂଜନଗର ଜିଲ୍ଳା ସଭାପତି ନୀଳମାଧବ ପାତ୍ର ଏବଂ ଦଳର ଅନ୍ୟ ସମସ୍ତ କର୍ମକର୍ତ୍ତା ଓ ଶୁଭେଚ୍ଛୁ ମାନଙ୍କୁ ବ୍ୟକ୍ତିଗତ ଭାବେ ଆନ୍ତରିକ ଧନ୍ୟବାଦ୍ ସହ କୃତଞ୍ଜତା ଜଣାଇଥିବାବେଳେ ଦଳର ଉନ୍ନତି ସକାଶେ ଯଥାସାଧ୍ୟ ଚେଷ୍ଠା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା