ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ପକ୍ଷ ପାଳନ ।

0 215

ଯାଜପୁର,୧୩/୦୬(ପିପିଟି): ଆଜି ୧୫ ଦିନ ବ୍ୟାପି ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ ଅବସରରେ ଜିଲ୍ଲା ଶ୍ରମ ବିଭାଗ , ଯାଜପୁର ତଥା ଜିଲ୍ଲା ପ୍ରଶାସନ, ଯାଜପୁରଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାପାଳ,ଯାଜପୁରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିକାଶ ମେଳା ପଡିଆ ଠାରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶିବ ଶଙ୍କର ମିଶ୍ର ,ଯୁଗ୍ମ ଶ୍ରମ ଆଯୁକ୍ତ,ଯାଜପୁର, ସତ୍ୟନାରାୟଣ ଆଚାର୍ଯ୍ୟ,ପ୍ରଭାଗୀୟ ଶ୍ରମ ଆଯୁକ୍ତ, ଯାଜପୁର,ରେକ୍ସୋନା ଜେନା,ଚେୟାରମ୍ଯାନ, ଶିଶୁ କଲ୍ୟାଣ ସମିତି, ଯାଜପୁର,କାମିନି ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଯାଜପୁର, ନିରଞ୍ଜନ କର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଯାଜପୁରଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା । ସଚେତନତା ରଥଟି ରେ ବାର୍ତ୍ତା ପ୍ରଚାର କରାଯିବ। ସହିତ ୬-୧୪ ବର୍ଷ ମଧ୍ୟରେ ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିଲେ କିମ୍ବା କିଶୋର ଶ୍ରମିକଙ୍କୁ ବିପଦ ସଙ୍କୁଳ ବୃତ୍ତି ଓ ପ୍ରକ୍ରିୟାରେ ନିୟୋଜିତ କଲେ ଆଇନରେ ଥିବା ଦଣ୍ଡ ବିଧାନର ବିଧି ବିଧାନ ଥିବାର ସଚେତନ କରାଯାଉଅଛି । ସଚେତନତା ରଥଟି ଜିଲ୍ଲାରେ ସମସ୍ତ ପୌରାଞ୍ଚଳ ଓ ବ୍ଲକ ଏରିଆରେ ଭ୍ରମଣ କରି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ଏତଦବ୍ୟତୀତ ସ୍କୁଲର ଏନସିସି ଛାତ୍ର ଓ ଛାତ୍ରୀ , ଆସ୍ପ।ୟାର ଏନ.ଜି.ଓ. ର ସଦସ୍ୟ, ଜିଲ୍ଲା ନିୟୋଜନ ଅଧିକାରୀ, ଯାଜପୁର,ଜିଲ୍ଲା ଶିକ୍ଷା ଅଧିକାରୀ,ଯାଜପୁର, ବିଭିନ ଶ୍ରମିକ ସଂଗଠନର ସଭ୍ୟ,ଯାଜପୁର ଶ୍ରମ ବିଭାଗର ଦେବାଶିଷ ଜେନା , ଭରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ), ସମସ୍ତ ସହକାରୀ ଶ୍ରମ ଅଧିକାରୀ ଯଥା ସୌମ୍ୟ ସୁନ୍ଦର ରାଉତରାୟ, ସୌମ୍ୟ ରଞ୍ଜନ ବେହେରା,ସ୍ମୃତି ରଞ୍ଜନ ପଣ୍ଡା ଓ କୁମାରୀ ରଚନା ସେଠୀଙ୍କ ସହିତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଦ୍ଵାରା ଏକ ସଚେତନତା ରାଲି ବିକାଶ ମେଳା ମଇଦାନରୁ ବାହାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦେଇ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇ ସମସ୍ତ ଦୋକାନ, ବାଣିଜ୍ୟ ପ୍ରତିଷ୍ଠାନ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।

Leave A Reply

Your email address will not be published.