ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ।

0 216

ପୋଲସରା,୧୧/୦୬(ପିପିଟି ): ଗଞ୍ଜାମ ଜିଲ୍ଲାର ପୋଲସରା ଓ ପୋଲସରା ବ୍ଳକର ବିଭିନ୍ନ ଗ୍ରାମରେ ଜୁନ ୧୧ ତାରିଖ ଦିନ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ସହରର ବ୍ରାହ୍ମଣ ସାହିରେ ଜଗତର ଠାକୁର ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ପର୍ବ ଅନୁଷ୍ଠିତ ହୋଇଯାଇଛି। ଅଷ୍ଟାଦଶ ଶତାବ୍ଦୀର ପୁରାତନ ମନ୍ଦିରରେ ବିଜେ ଶ୍ରୀ ଦଧିବାମନ ସ୍ୱାମୀଙ୍କ ଦେବସ୍ନାନ ପୂର୍ଣ୍ଣିମା ସହ ଅଞ୍ଚଳର ମଥୁରା, କଳମ୍ବ, ବାଲିଛାଇ, ହାତୀଓଟ, ଢୁଙ୍କାପଡା, ସୋଡକ, ଗୋଚ୍ଛାବାଡ଼ି, ଜେ.ଡେଙ୍ଗାପଦର, ମାଳତେନ୍ତୁଳିଆ, ଚିରିକିପଡା ଶାସନ ପ୍ରଭୃତି ଗ୍ରାମରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନିଷ୍ଠା ଓ ନୀତିକାନ୍ତିରେ ଅନୁଷ୍ଠିତ ହୋଇଅଛି। ଏହି ସମସ୍ତ ମନ୍ଦିରରେ କାଳିଆ ସାଆନ୍ତଙ୍କ ବିରଳ ସ୍ନାନ ଓ ଦୁର୍ଲ୍ଲଭ ଗଜବେଶ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଶ୍ରଦ୍ଧାଳୁ ବୃନ୍ଦ ମହାବାହୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ନିଜକୁ ଭଗ୍ୟବାନ ମଣିଥିଲେ।

ରିପୋର୍ଟ:- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.