ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା।

0 222

ପୋଲସରା ,୧୦/୦୬(ପିପିଟି) : ଆଜି ପୋଲସରା ବ୍ଲକ୍ ଛକ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡ଼ିପିଓ ତିଳୋତମା ରାଉତଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ପ୍ରତିଯୋଗିତାରେ ବ୍ଲକରୁ ୨୨ଗୋଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଭାଗ ନେଇ ନିଜ ନିଜର ଓଡ଼ିଆ ପାରମ୍ପରିକ ବିଭିନ୍ନ ପ୍ରକାର ହସ୍ତ ତିଆରି ରନ୍ଧନ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନୀ ଷ୍ଟଲ୍, ମାଧ୍ୟମରେ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ଏଥିରେ ସ୍ଥାନୀୟ ଗୋପବନ୍ଧୁ ହାଇସ୍କୁଲର ଶିକ୍ଷକ କଲ୍ୟାଣ ପ୍ରଧାନ ଓ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁଙ୍କ ସମେତ ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ସାହୁ ତିନି ଜଣିଆ ବିଚାରକ ମଣ୍ଡଳୀ ଷ୍ଟଲ୍ ବୁଲି ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ ଓ ଗୁଣବତ୍ତା ବୁଝି ପଚାରି ବୁଝିଥିଲେ। ପରେ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଓମ୍ ମା” ଶକ୍ତିମୟୀ ଗ୍ରୁପ୍ କଳମ୍ବ ଏଵଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ମା” ମଙ୍ଗଳା ଗ୍ରୁପ୍ ମାଳତେନ୍ତୁଳିଆ ଏହି ଦୁଇ ଏସଏଚଜିକୁ ଆଗାମୀ ଦିନରେ ଆସିକା ଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ କରାଯିବାପରେ ଅନୁଷ୍ଠିତ ପୁରସ୍କାର ବଣ୍ଟନ ସଭାରେ କଳମ୍ବ ମହିଳା ଗ୍ରୁପକୁ ପ୍ରଶଂସାପତ୍ର ସହ ପାଞ୍ଚହଜାର ଟଙ୍କା ବ୍ୟାଙ୍କ ଚେକ୍ ଏଵଂ ମାଳତେନ୍ତୁଳିଆ ମହିଳା ଗ୍ରୁପକୁ ଚାରିହଜାର ଟଙ୍କା ବ୍ୟାଙ୍କ୍ ଚେକ୍ ଆର୍ଥିକ ପୁରସ୍କାର ଦିଆଯାଇଥିଲା। ଏଥିସହ ବାକି ୨୦ ଗୋଟି ଅ°ଶଗ୍ରହଣକାରି ଗ୍ରୁପକୁ ମଧ୍ୟ ପ୍ରଶଂସାପତ୍ର ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିପିଏମ୍ ସସ୍ମିତା ଦାସ, ବ୍ଲକ୍ ସ°ଯୋଜକ ମିଶନଶକ୍ତିର ନିଳାଞ୍ଚଳ ସାହୁ ପ୍ରମୁଖଙ୍କ ସମେତ ଗ୍ରୁପ୍ ଗୁଡ଼ିକର ମହିଳା ଏଵଂ କାର୍ଯ୍ୟାଳୟର କର୍ମଚାରୀଗଣ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସ°ଯୋଜକ ନିଳାଞ୍ଚଳ ସାହୁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.