ବସରୁ ଗଞ୍ଜେଇ ଜବତ, ଗାଡି କଣ୍ଡକ୍ଟର, ଖାଲସୀ ଗିରଫ ।

0 240

ହରଭଙ୍ଗା,୦୮/୦୬ :ବୌଦ୍ଧ କୁଶଙ୍ଗରୁ ଭୁବନେଶ୍ୱର ଯାତ୍ରା କରୁଥିବା ଏକ ଘରୋଇ ଯାତ୍ରୀବାହି ବସରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ହରଭଙ୍ଗା ଅବକାରୀ ବିଭାଗ ବଦଲା ନିକଟରେ ମାଡ଼ିବସିଲା। ଗାଡିର ସିକ୍ରେଟ ଚ୍ୟାମ୍ବରରୁ ୦୮ କେଜି ଓଜନର ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ଗାଡି କଣ୍ଡକ୍ଟର ଲକ୍ଷ୍ମୀଧର ଜାଗଯେଠି,ଖଲସୀ ବାବୁଲି ମାଣ୍ଡୋଇକୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ହରଭଙ୍ଗା ଅବକାରୀ ନିରୀକ୍ଷକ ରବିନ୍ଦ୍ରନାଥ ପ୍ରଧାନ ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ଘର ନୟାଗଡ଼ ଜିଲ୍ଲା ଅଞ୍ଚଳର ବୋଲି ସୂଚନା ମିଳିଛି।

Leave A Reply

Your email address will not be published.