ବୌଦ୍ଧ,୦୪/୦୬: ସାଧାରଣ ନିର୍ବାଚନ ସରିବାର ଠିକ ଏକବର୍ଷ ପରେ ବୌଦ୍ଧ ବିଜେଡିର ସାଙ୍ଗଠନିକ ନବକଳେବର ହୋଇଛି । ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରିବା ବିଜେଡର ନୂଆ ସାଙ୍ଗଠନିକ ରଣନୀତି ଆପଣାଇଛି । ଏହି ଅବସରରେ ବୁଧୁବାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ମେଗାନର୍ସରୀ ଠାରେ ବୌଦ୍ଧ ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ହରଭଙ୍ଗା ବ୍ଲକ ସଭାପତି ଭାବେ ହରଭଙ୍ଗା ବ୍ଲକର ପୂର୍ବତନ ବ୍ଲକଉପାଧ୍ୟକ୍ଷ ପଙ୍କଜ ସାହୁ, ବୌଦ୍ଧ ବ୍ଲକ ସଭାପତି ଭାବେ ସମିତି ସଭ୍ୟ ସୁମନ୍ତ ସାହୁଙ୍କ ନାମ ସଭାପତି ଘୋଷଣା କରିଥିଲେ । ଠିକ ସେହିପରି ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୩୩ଗୋଟି ଗ୍ରାମପଞ୍ଚାୟତ ସଭାପତି ଭାବେ ହରଭଙ୍ଗା ଜ୍ୟୋତିର୍ମୟ ଦାସ, ସଂକୁଲୋଇ ତ୍ରିବିକ୍ରମ ମହାକୁଡ, କୁଶଙ୍ଗ ସଞ୍ଜୟ ଦେହୁରୀ, ବାଣୀଭୂଷଣପୁର ଦିଲୀପ ସାହୁ, ପୁରୁଣାକଟକ ସରୋଜ କୁମାର ପ୍ରଧାନ,ତିଲେଶ୍ଵର ସୁଜ୍ଞାନ କର୍ଣ୍ଣ, ରାମଗଡ଼ ଗୋପବନ୍ଧୁ ମହାପାତ୍ର,
ଵୀରନରସିଂହପୁର ଜୟନାରାୟଣ ମିଶ୍ର,ସରସରା ଅସିତ ପ୍ରଧାନ, ବଘିଆପଡା କୃଷ୍ଣଚନ୍ଦ୍ର ପ୍ରଧାନ, ଟିକରପଡା ବିଜୟ ମାହାର ପ୍ରମୁଖ ମାନଙ୍କ ନାମ ଘୋଷଣା କରାଯାଇଥିଲା । ସମସ୍ତ ନୂତନ ବ୍ଲକ ଏବଂ ପଞ୍ଚାୟତ ସଭାପତିଙ୍କୁ ଜିଲ୍ଲାସଭାପତି ଶ୍ରୀ ଅମାତ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଜିର ବୈଠକରେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର,ଧୂରୀଣ ଦେହୁରୀ, ଅଶୋକ ସାହୁ,ଅରୁଣ ପ୍ରଧାନ, ଅବକାଶ ସାହୁ,ସୁବୋଧ ପ୍ରଧାନ,ଅଶୋକ ମେଣ୍ଡୁଳି,ବିଦ୍ୟାଧରସ୍ୱାଇଁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ । ସମସ୍ତ ନେତୃବୃନ୍ଦ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବାକୁ ଶପଥ ଗ୍ରହଣ କରିଥିଲେ ।