ମୃତକଙ୍କ ପରିବାରକୁ ବ୍ଲକ ପ୍ରଶାସନ ପକ୍ଷରୁ ସହାୟତା ।

0 328

ପୋଲସରା,୦୩/୦୬ (ପିପିଟି): ପୋଲସରା ବ୍ଲକ ରୁମାଗଡ଼ ଗ୍ରାମର କିଶୋର ସାହୁ ନାମକ ଜଣେ ବ୍ୟକ୍ତି ଗତ ସାବିତ୍ରୀ ଅମାବାସ୍ୟା ଦିନ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିଲେ | ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସରକାରୀ ସହାୟତା ପ୍ରଦାନ କରିବା ଲାଗି ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କୁ ନିର୍ଦ୍ଧେଶ ପ୍ରଦାନ କରିଥିଲେ |ମଙ୍ଗଳବାର ବିଡ଼ିଓ ଶଶିଭୂଷଣ ମହାପାତ୍ର ମୃତକ ଙ୍କ ଘରେ ପହଞ୍ଚି ରେଡ଼କ୍ରସ ପାଣ୍ଠି ରୁ ୩୦ ହଜାର ଟଙ୍କାର ଚେକ ମୃତକ ଙ୍କ ସ୍ତ୍ରୀ ଭାଗ୍ୟଲତା ସାହୁଙ୍କୁ ଭେଟି ପ୍ରଦାନ କରିଥିଲେ | ବିଡ଼ିଓ ମହାପାତ୍ର ନିଜ ତରଫରୁ ନଗଦ ୫ ହଜାର ଟଙ୍କା ମଧ୍ୟ ସହାୟତା ପ୍ରଦାନ କରିଥିଲେ | ସହାୟତା ପ୍ରଦାନ ସମୟରେ ସାଂସଦ ପ୍ରତିନିଧି ଶରତ ପାଣିଗ୍ରାହୀ, ଯନ୍ତ୍ରୀ ଶରତ କୁମାର ମଲ୍ଲ,ସରପଞ୍ଚ ଜିତୁ ବିଷୋୟୀ,କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.