କଳା ଦିବସ ପାଳନ ପାଇଁ ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀ ।

0 278

ସୁକିନ୍ଦା,୦୩/୦୬(ପିପିଟି):ସୁକିନ୍ଦାରେ ବିପର୍ଯ୍ୟସ୍ତ ଆଇନ ଶୃଖଳା ପରିସ୍ଥିତିକୁ ନେଇ ଆସନ୍ତା ଜୁନ ୬ ତାରିଖ ରେ ଡାକରା ଦିଆ ଯାଇଥିବା କଳା ଦିବସ ପାଳନର ଆବଶ୍ୟକତାକୁ ବୁଝେଇବା ପାଇଁ ଆଜି ସୁକିନ୍ଦା ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସୁକିନ୍ଦା ବିଜୁ ଜନତା ଦଳର ବିଭିନ୍ନ ନେତୃବୃନ୍ଦ ଯୋଗ ଦେଇ ଗତ ବର୍ଷ ଜୁନ ମାସରେ ନୂଆ ସରକାର ଦାୟିତ୍ଵ ଗ୍ରହଣ କରିବା ପରେ ବିଜେପି ନେତାଙ୍କ ପ୍ରରୋଚନାରେ ସୁକିନ୍ଦା ରେ ବିଜୁ ଜନତା ଦଳର କର୍ମୀଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ,ସାଧାରଣ ଜନତାଙ୍କ ଉପରେ ଆକ୍ରମଣ କରାଯିବା ସହିତ ସୁକିନ୍ଦାରେ ଏକ ଭୟ ଓ ଆତଙ୍କ ର ବାତାବରଣ ସୃଷ୍ଟି ହୋଇଛି। ପ୍ରଥମେ ଗତ ଜୁନ ୦୬ ତାରିଖରେ ଖଣି ଅଞ୍ଚଳ ରେ ଶ୍ରମିକ ନେତା ଭରତ ମହାନ୍ତଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ସେହଦିନଠାରୁ ଆଜି ପର୍ଯ୍ୟନ୍ତ ସମଗ୍ର ସୁକିନ୍ଦା ଅଞ୍ଚଳରେ ଗୁଣ୍ଡାରାଜ ଚାଲିଛି। ପୋଲିସ ଏ ସମସ୍ତ କାର୍ଯ୍ୟକଳାପର ନୀରବଦ୍ରଷ୍ଟା ସାଜିଛି।ସମସ୍ତ ଥାନା,ବ୍ଲକ,ତହସିଲ ବିଜେପି କାର୍ଯ୍ୟାଳୟ ପାଲଟି ଯାଇଛି। ବିଜେପି ନିଜର ଗୁଣ୍ଡାରାଜକୁ ଘଣ୍ଟ ଘୋଡାଇବାକୁ ଯାଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୁକିନ୍ଦାର ସର୍ବମାନ୍ୟ ନେତା ପ୍ରଫୁଲ୍ଲ ଘଡେ଼ଇଙ୍କ ବିରୁଦ୍ଧରେ ମନ ଗଢା ଓ ମିଥ୍ୟା କାହାଣୀର ଅବତାରଣା କରିଛି, ଯାହାକୁ ସୁକିନ୍ଦା ବାସୀ ଗ୍ରହଣ କରିବେ ନାହିଁ। ତେଣୁ ବିଜେପିର ଆତଙ୍କ ରାଜ ବିରୁଦ୍ଧରେ ଆସନ୍ତା ୬ ତାରିଖରେ ଆହ୍ବାନ ଦିଆ ଯାଇଥିବା କଳା ଦିବସକୁ ସଫଳ କରିବା ଓ ଏକ ଶାନ୍ତ ସୁକିନ୍ଦା ପାଇଁ ସମସ୍ତ ଜନସାଧାରଣ ସହଯୋଗ କରିବାକୁ ସାମ୍ବାଦିକ ସମ୍ମିଳନୀରେ ନେତୃବୃନ୍ଦ ମାନେ ଅନୁରୋଧ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ସୁକିନ୍ଦା ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷ,ଦାନଗଦି ବ୍ଲକ ସଭାପତି ସୁରେଶ କୁମାର ଦାଶ,ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ,ଦାନଗଦି ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ,ଦଳର ମୁଖପାତ୍ର ଦେବୀ ପ୍ରସନ୍ନ ମହାନ୍ତି,ଜିଲ୍ଲା ପରିଷଦ ସଦସ୍ୟା ଟିନା ହାଇବୃ,ସ୍ମୃତି ରାଣୀ ରାଉତ,ସୁଚିତ୍ରା ବିଶ୍ଵାଳଙ୍କ ସମେତ ଭାଗ୍ୟଲକ୍ଷ୍ମୀ ରାଉତ ଲୋକନାଥ ଧିର,ଭାଗିରଥି ଜେନା,ଲକ୍ଷ୍ମୀଧର ବେହୁରା,ନିମଲେନ୍ଦୁ ବେହୁରା,ଜୟ ପ୍ରକାଶ ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.