ହରଭଙ୍ଗା,୨୦/୦୫:ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ଚୋରି ଉପରେ କଡା କାର୍ଯ୍ୟାନୁଷ୍ଠାନ ଅଭାବରୁ ହରଭଙ୍ଗା ତହସିଲ ଅର୍ନ୍ତଗତ ଡିଆଁଘାଟ ମହାନଦୀ ଘାଟରୁ ରାତିରେ ବ୍ୟାପକ ପରିମାଣରେ ବାଲି ଚୋରାଚାଲାଣ ଚାଲିଥିବା ଦେଖିବାକୁ ମିଳିଛି । ବଡ ବଡ ହାଇଓା ସାହାଯ୍ୟରେ ବେଧଡକ ହରଭଙ୍ଗା -ଚାରିଛକ ରାସ୍ତା ଦେଇ ଫୁଲବାଣୀ ଅଞ୍ଚଳକୁ ବାଲି ଚୋରାଚାଲାଣ ଚାଲିଥିବା ବେଳେ ଖଣି ବିଭାଗ ଏବଂ ଏନଫୋର୍ସ ମେଂଟ ଟିମ ପାଖରେ ଏ ନେଇ କୌଣସି ସୂଚନା ନଥିବା ଘଟଣା ଏମାନଙ୍କ ପାରିବା ପଣିଆକୁ ପଦାରେ ପକାଇଛି ।ତୁରନ୍ତ ଏ ଦିଗରେ ଖଣି ବିଭାଗ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହେଉଛି । ଏ ସର୍ମ୍ପକରେ ବୌଦ୍ଧ ଖଣି ଅଧିକାରୀ ମନୋହର ମହନ୍ତଙ୍କୁ ପଚାରିବାରୁ ଡିଆଁଘାଟ ମହାନଦୀ ବାଲି ଘାଟର ଏପର୍ଯ୍ୟନ୍ତ କାଗଜପତ୍ର ହୋଇନାହିଁ ।ଚୋରା ଚାଲାଣ ଦିଗରେ ଆମେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ।