ନିକାଞ୍ଚନ ରାସ୍ତାରେ ଦମ୍ପନ୍ତିଙ୍କୁ ଲୁଟିଲେ ଦୁର୍ବୁତ୍ତ।

0 447

ଖୋର୍ଦ୍ଧା,୧୯/୦୫(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧୀନ ଗଡ଼ମାଣତ୍ରୀ ରାମଚଣ୍ଡି ପୀଠ ନିକଟ ଆମ୍ବ ତୋଟା ମାଳ ନିକଞ୍ଚନ ରାସ୍ତାରେ ୧୭/୫ଶନିବାର ଅପରାହ୍ନ ୪:୩୦ମିନିଟି ସମୟରେ ଏକୁଟିଆ ଦେଖୀ ଦମ୍ପନ୍ତିଙ୍କ ଠାରୁ ପ୍ରାୟ ୩ଲକ୍ଷଟଙ୍କାରୁ ଉର୍ଦ୍ଧ ହେବ ସୁନା ଗହଣା ଥିବା ଭ୍ୟାନିଟି ବ୍ୟାଗ ଜବର ଦସ୍ତ ଛଡାଇ ନେଇ ଆଖି ପିଛୁଳାକେ ଉଦ୍ଭାନ ହୋଇଗଲେ ଦୁର୍ବୁତ୍ତ ପରେ ରାତ୍ର ୮:୩୦ରେ ଭ୍ୟାନିଟିରେ ଥିବା ଏ ଟି ଏମ କାର୍ଡ କାଢି କାର୍ଡ ଖୋଳରେ ଲେଖାଥିବା ସିକ୍ରେଟ ପିନ ବ୍ୟବହାର କରି ବ୍ୟାଙ୍କ ସଂଚୟଖାତାରେ ଥିବା ସମସ୍ତ ଟଙ୍କା ୧୮,୫୦୦ ଉଠାଇ ନେଇ ଥିବାର ମ୍ୟାସେଜ ମୋବାଇଲ କୁ ଆସିଥିଲା।ପ୍ରକାଶ ଥାଉକି ଦମ୍ପନ୍ତି ଦୁହେଁ ତାଳତୁମ୍ବ ଗ୍ରାମ ସଉରୀ ସେନାପତିଙ୍କ ସାନପୁଅ ଦୁର୍ଯ୍ୟୋଧନ ସେନାପତି ଭୁବନେଶ୍ୱରରେ ବହି ବ୍ୟବସାୟ କରନ୍ତି । କୌଣସି କାମପାଇଁ ସ୍ତ୍ରୀ ଓ ଛୋଟ ପୁଅକୁ ଧରି ଗାଁ କୁ ଆସିଥିଲେ । ଦୁର୍ଯ୍ୟୋଧନ ଗତକାଲି ଦିନ ଚାରି ଘଂଟିକା ସମୟରେ ଘରୁ ଭୁବନେଶ୍ୱର ବାହାରିଥିଲେ ତାଙ୍କ କହିବା ମୁତାବିକ ମୁଗମଣ୍ଡା ଆଶ୍ରମ ଛକ ଠାରୁ କେହି ପଛରେ ଆସୁଥିବାର ଅନୁମାନ କରିଛନ୍ତି ତାଙ୍କୁ ବାରବାଟୀ ଚିକଟା ନଈ ବ୍ରିଜ ପୂର୍ବରୁ ଥିବା ଏକ ଗୋଟିକିଆ ଘର ସାମନାରେ ତିନିଜଣ ଯୁବକ ବାଇକି ରେ ଓଭର ଟେକ କରି ଥିଲେ । ସେମାନେ ନିଛାଟିଆ ଆମ୍ବ ତୋଟା ଦେଖୀ ରାସ୍ତାରେ ଅଟକି ଥିଲେ l ଜଣେ ପରିସ୍ରା ବସିବା ଭଳି ରାସ୍ତାପାର୍ଶ୍ୱରେ ବସିଥିବାବେଳେ ଆଉ ଦୁଇଜଣ ରାସ୍ତା ମଝିରେ ଅଟକିଥିଲେ ସେଥିପାଇଁ ଦୁର୍ଯ୍ୟୋଧନ ନିଜର ସ୍କୁଟି ଗାଡ଼ିକି ଧୀର କରି ପାର ହେବାକୁ ଚେଷ୍ଟା କରୁଥିବାବେଳେ ଦୁର୍ବୁତ୍ତ ମାନେ ଦୃଯ୍ୟଧନଙ୍କ ପତ୍ନୀ ପପିନା ସେନାପତିଙ୍କ କାନ୍ଧରେ ଥିବା ଭ୍ୟାନୀଟି ବ୍ୟାଗ ଟିକୁ ଜବରଦସ୍ତ ଛଡାଇ ନେଲାବେଳେ ଘଟଣା ସ୍ଥଳରେ ସମସ୍ତେ ସ୍କୁଟି ସହ ତଳେ ପଡିଯାଇଥିଲେ । ସାଙ୍ଗରେ ପାଞ୍ଚ ବର୍ଷର ଛୋଟ ପୁଅଟି ଥିଲା ସେ ବହୁତ ଆଘାତ ପାଇ କାନ୍ଦି ବାରୁ ଛୁଆର କଣ ହୋଇଗଲା ବୋଲି ହଡ଼ ବଡେଇ ଯାଇଥିଲେ ।  ଦୁର୍ବୁତ୍ତ ଆଖି ପିଛୁଳାକେ ଦ୍ରୁତ ଗତିରେ ପଳାୟନ କରିଥିଲେ l ସଂଗେ ସାଙ୍ଗେ ଖବର ଚାରିଆଡେ ଖେଳି ଯାଇଥିଲା, ବହୁ ଚେଷ୍ଟା କଲେ ମଧ୍ୟ ଦୃବୁତଙ୍କର ଖୋଜ ଖବର ମିଳି ପାରିନଥିଲା । ପରେ ରାତ୍ରି ୮:୩୦ ମିନିଟରେ ବେଗୁନିଆ ଥାନାରେ ଏତେଲା ଦେଇଥିଲେ । ପୋଲିସ ଘଟଣା ସ୍ଥଳକୁ ଆସି ଅନୁସନ୍ଧାନ ଜାରି ରଖିଛନ୍ତି । ଏଯାବତ ଦୃବୁତଙ୍କୁ ଠାବ କରାଯାଇନାହିଁ ପ୍ୟାଇଭେଟ ସି ସି ଟିଭି ଫୁଟେଜ ଓ ଏ ଟି ଏମ କାଉଣ୍ଟର ଫୁଟେଜକୁ ନେଇ ପୋଲିସ ତୁରନ୍ତ ସଠିକ ଅନୁସନ୍ଧାନ କଲେ ଆସାମୀ ଖୁବ ଶୀଘ୍ର ଧରା ପଡିଯାଇପାରନ୍ତି । ସୂଚନା ମିଳୁଛି ତିନି ଜଣ ଦୃବୁତ T20 ସ୍କାୟ କଲର ପୋଲସରରେ ଆସିଥିଲେ । ବାଇକି ଚାଳକ ଆଗ ଜଣକ ହେଲମେଣ୍ଟ ସହିତ ନାଲି ରଙ୍ଗର ସାର୍ଟ, ମଝି ବି ଲାଲ ରଙ୍ଗର ସାର୍ଟ ଓ ପଛ ଯୁବକ ଚେକ ସାର୍ଟ ପିନ୍ଦିବା ସହିତ ପିଠିରେ ବ୍ୟାଗ ପକାଇ ଥିଲା । ତିନି ଜଣ କମ ବୟସର ଯୁବକ ଆସି ଏଭଳି ଅଘଟଣ ଘଟାଇ ଫେରାର ହୋଇଯିବା କଥା ସାଧାରଣରେ ବ୍ୟଥିତ କରିଥିବା ବେଳେ ସାଧାରଣରେ ଭୟ ସୃଷ୍ଟି ହୋଇଛି । ଏବେ ଗ୍ରାମାଞ୍ଚଳରେ ବହୁ କମ ବୟସର ଯୁବ ଗୋଷ୍ଟି ନିଶାଖୋର ହେବା ସହିତ…ଚୋରି, ଡକାୟତି ଓ ନିଶା କାରବାରରେ ମାତିଛନ୍ତି । ଯାହା ଦ୍ୱାରା ଏବେର ଯୁବପିଢ଼ି ଅପରାଧ ଦୁନିୟାରେ ପାଦ ଥାପୁଛନ୍ତି। କାରଣ ଶିକ୍ଷିତ ବେକାରୀ ସମସ୍ୟା ଓ କଟକଣା ମୁକ୍ତ ନିଶାକାରବାର ଯୋଗୁଁ ଅବାଟକୁ ଗତି କରୁଛନ୍ତି ଯୁବସମାଜ । ଏଣୁ ପୋଲିସ ପ୍ରଶାସନ, ଅବକାରୀ ବିଭାଗ ଏଥିପ୍ରତି ନଜର ଦେବାସହିତ ଜନ ସାଧାରଣ ସତର୍କ ରହିବାକୁ ପଡିବ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.