ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ।

0 297

ପୋଲସରା ,୨୫/୦୪(ପିପିଟି):ପୋଲସରା ଥାନା ନିକଟ ଚିରିକିପଡା ଶାସନ ନିକଟରେ ଏକ ଗଛ କୁ ଧକ୍କା ଦେଇ ମୃତ୍ୟୁ ବରଣ କରିଛନ୍ତି । ଯୁବକ ଜଣକ ହେଲେ ପୋଲସରା ତୋଟା ସାହିର ଭେଙ୍କେଟସ ବେହେରା (45)|ସୂଚନା ଯୋଗ୍ୟ ଯେ ଭେଙ୍କଟସ ନିଜ ବାଇକ ଯୋଗେ ପୋଲସରା ରୁ ନିଜ ଶ୍ୱଶୁର ଘର କୁଆନଳା କୁ ଯାଉଥୁବା ସମୟରେ ଚିରିକିପଡା ଶାସନ ଗୋଲିଆ ରାସ୍ତା ମଧ୍ୟ ଭାଗରେ ଥିବା ଏକ ଗଛ କୁ ଧକ୍କା ଦେଇଥିଲେ । ଧକ୍କା ହେବା ଫଳରେ ମୁଣ୍ଡକୁ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତ ସ୍ରାବ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।ସେହି ସମୟରେ ଏକ ୧୦୮ଆମ୍ବୁଲାନ୍ସ ଦେଖି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପୋଲସରା ପୁଲିସ ଘଟସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ମୃତ ଯୁବକ ଜଣକ ମିଲିଟାରୀରୁ ଅବସର ନେଇ ରାୟଗଡା ସ୍ଥିତ ଷ୍ଟେଟବ୍ୟାଙ୍କ ରେ ସିକ୍ୟୁରିଟି ଭାବେ ଚାକିରୀ କରୁଥୁବା ଜଣାପଡିଛି |ଆସନ୍ତା କାଲି ଶବ ବ୍ୟବଛେଦ ନିମନ୍ତେ ପଠାଯିବ ।

Leave A Reply

Your email address will not be published.