୨୪ରୁ କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବ।

0 234

ଚାନ୍ଦବାଲି,୨୩/୦୪:କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବ ମଙ୍ଗଳବାର ଦିନ ସ୍ଥାନୀୟ ଦୁର୍ଗା ପଡିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମିଳନୀ ରେ ବୈତରଣୀ ମହୋତ୍ସବ ର ଉଦ୍ଦେଶ୍ୟ ବିଷୟରେ କମିଟିର ସଦସ୍ୟ ମାନେ ପ୍ରକାଶ କରିଥିଲେ।ସ୍ରୋତସିନୀ “ବୈତରଣୀ ନଦୀର” ଅବବାହିକାରେ ଅବସ୍ଥିତ ରାଜକନିକା ଓ ଚାନ୍ଦବାଲି ଅଞ୍ଚଳର ସାମାଜିକ ଦୁରଦ୍ରଷ୍ଟା, ବୁଦ୍ଧିଜୀବୀ, ଯୁବଛାତ୍ର, କୃଷକ ଓ ଶ୍ରମିକ ମାନଙ୍କର ଉଦ୍ୟମରେ ଜନ୍ମ ନେଇଛି “ବୈତରଣୀ ମହୋସବ”। ସମୟର ପ୍ରବାହ ମାନରେ ପରିବର୍ତ୍ତିତ ସାମାଜିକ ଓ ପରିବେଶ ର ପରିସ୍ଥିତି ଓ ଜଳବାଯୁ ପରିବର୍ତନର ପ୍ରବାହ ଯୋଗୁଁ ସ୍ରୋତସିନୀ ବୈତରଣୀ ଆଦି ପ୍ରଦୂଷିତ, ଲବଣାକ୍ତ ଓ କ୍ରମଶ ଶୁଷ୍କ ହେବାକୁ ବସିଲାଣି । ଏହି ଭଳି ଏକ ସନ୍ଦିକ୍ଷଣରେ ସ୍ରୋତସିନୀ “ବୈତରଣୀ ନଦୀର” ସଂରକ୍ଷଣ, ପ୍ରଦୂଷଣମୁକ୍ତ ଓ ଚିରୋସ୍ରୋତା କରିବାର ଉଦ୍ଦ୍ୟେଶରେ ନଦୀ ସଂରକ୍ଷଣର ବାର୍ତ୍ତାବହ ଭାବର “ବୈତରଣୀ ମହୋସବ” ଆସନ୍ତା ୨୪ /୦୪ /୨୦୨୫ ରିଖ ଠାରୁ ୨୮ /୦୪ /୨୦୨୫ ପର୍ଯ୍ୟନ୍ତ କନିକା- ଚାନ୍ଦବାଲି ଅଞ୍ଚଳର ଲୋକମାନଙ୍କ ସମ୍ମିଳିତ ଉଦ୍ୟମରେ ଚାନ୍ଦବାଲି ଦୁର୍ଗାପଡିଆ ଠାରେ ଆୟୋଜିତ ହେବାକୁ ଯାଉଅଛି । ଏହି ଅବସରରେ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କର ଅଂଶଗ୍ରହଣରେ ପ୍ରଶାସନିକ ଅଧିକାରୀ,ରାଜନୈତିକ ନେତୃବୃନ୍ଦ,ପରିବେଶବିତ,ସାଧୁ ସନ୍ଥ, ସାମାଜିକ କର୍ମୀମାନଙ୍କ ଉପସ୍ଥିତରେ ନଦୀ ସଂରକ୍ଷଣର “ସମାଜ – ସରକାର – ବଜାର” ର ଭୂମିକା ତଥା ଦାୟିତ୍ଵ ସମ୍ପର୍କରେ ଚର୍ଚ୍ଚା ଆଲୋଚନା କରିବା ସହ “ବୈତରଣୀ ବାଣିଜ୍ୟ ହାଟ”ରେ କୁଟୀର ଶିଳ୍ପ, ହସ୍ତ ଶିଳ୍ପ ଓ ଗ୍ରାମୀଣ ଉଦ୍ଯୋଗୀ ମାନଙ୍କର ଉତ୍ପାଦିତ ଦ୍ରବ୍ଯର କିଣା ବିକା ପାଇଁ ବାଣିଜ୍ୟିକ ପ୍ରୋତ୍ସାହନର ବ୍ୟବସ୍ତା କରାଯିବା ସହ ରାମଦୋଳି, ମିକିମାଉସ ଏବଂ ଖାଦ୍ୟମେଳା ଅନୁଷ୍ଟିତ ହେବ। ଏତଦବ୍ଯତୀତ ଉତ୍ସବର ପ୍ରତ୍ଯେକ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହରର ପ୍ରତିଷ୍ଟିତ କଳା ସଂସ୍କୃତିକ ଅନୁଷ୍ଠାନ ମାନକ ଦ୍ଵାରା ଲୋକନୃତ୍ୟ, ଲୋକନାଟ୍ୟ,ସଙ୍ଗୀତ ଓ ଓଡିଶୀ ନୃତ୍ୟର ଚିତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମମାନ ଅନୁଷ୍ଟିତ ହେବ । ସମାଜସେବା,ସାହିତ୍ଯ,କଳା ସଂସ୍କୃତି, ଶିକ୍ଷା, ଗଣମାଧ୍ୟମ, କୃଷି ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଖ୍ଯାତି ଲାଭ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ଅନୁଷ୍ଟାନ ପକ୍ଷରୁ ସମ୍ବର୍ଧିତ କରାଯିବାର କାର୍ଜ୍ୟକ୍ରମ ରହିଛି । ଉଲ୍ଲେଖଯୋଗ୍ୟଯେ, ମାଟି ପାଣି ଓ ପବନର ସୁରକ୍ଷା ପାଇଁ ବେଦ,ବେଦାନ୍ତ ଏବଂ ଗୀତା ପ୍ରଦତ ବାର୍ତ୍ତା ‘ଶ୍ରୀକୃଷ୍ଣଙ୍କ ବିଶ୍ଵରୂପ’ ପ୍ରତିମୂର୍ତ୍ତି ପ୍ରଦର୍ଶନ କରାଯାଇ ଜନ ସଚେତନତା ସୃଷ୍ଟି କରିବାର ଲକ୍ଷ ରଖାଯାଇଛି ବୋଲି ଆୟୋଜକଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.