ପମ୍ପ ହାଉସରୁ ତାର ଚୋରି ଘଟଣାରେ ୨ଗିରଫ ।

0 325

ଭଞ୍ଜନଗର,୧୫/୦୪(ପିପିଟି):ଜନ ବସତି ଠାରୁ କିଛି ଦୂରରେ ଥିବା ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ ତାର ଚୋରି କରିବା ଏବଂ ତାହାକୁ ତରଳାଇ କପର ତାର ସଂଗ୍ରହ କରିବା ଭଳି ଘଟଣାରେ ଭଞ୍ଜନଗର ପୋଲିସ୨ଜଣଙ୍କୁ ଗିରଫ କରିଛି। ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକ ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗ ହୋଇଥିଲା।ଗିରଫ ୨ ଅଭିଯୁକ୍ତ ହେଲେ ଭଞ୍ଜନଗର ଶଙ୍ଖ ସାହିର ଗୋପନ ନାୟକ ଓ ବାଟା ଲେନ୍ ର ରମେଶ ନାୟକ। ଏଥିସହ ସେମାନଙ୍କ ଠାରୁ କିଛି ବିଦ୍ୟୁତ ତାର ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ, ବିଗତ କିଛି ଦିନ ପୂର୍ବେ ଭଞ୍ଜନଗର ଓ ତାରସିଂ ଥାନା ଅଞ୍ଚଳର ୬ଟି ପମ୍ପ ହାଉସରୁ ବିଦ୍ୟୁତ୍ ତାର ଚୋରି ହୋଇଥିଲା। ଫଳରେ ବିଦ୍ୟୁତ୍ ସେବା ବ୍ୟାହତ ଯୋଗୁଁ ସଂମ୍ପୂକ୍ତ ଅଞ୍ଚଳର ଗ୍ରାମଗୁଡ଼ିକୁ ପାନୀୟଜଳ ଯୋଗାଣରେ ବାଧା ସୃଷ୍ଟି ହୋଇଥିଲା। ଏନେଇ ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ପକ୍ଷରୁ ଚୋରି ସମ୍ପର୍କରେ ବିଭିନ୍ନ ଥାନାରେ ଅଭିଯୋଗ କରାଯାଇଥିଲା । ଭଞ୍ଜନଗର ପୋଲିସ ଆଜି ଗୋପନଙ୍କୁ ବିଦ୍ୟୁତ ତାର ଚୋରି ଅଭିଯୋଗରେ ଗିରଫ କରିଥ‌ିବା ବେଳେ ରମେଶଙ୍କୁ ବିଦ୍ୟୁତ୍ ତାର ରଖିବା ଅଭିଯୋଗରେ କେସ ନଂ ୨୩୮/୨୫ରେ ଏକ ମାମଲା ରୁଜୁ ହୋଇଥିବା ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.