ପୋଲସରା ,(ପିପିଟି): ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ମିଳିତ ଆନୁକୂଲ୍ୟରେ ବାର୍ଷିକ ପାଠଚକ୍ର -2025 ଆୟୋଜିତ।ଏହି କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷ ରବୀନ୍ଦ୍ର ନାଥ ପାଳ ଉଦଘାଟନ କରିଥିବା ବେଳେ ରିସୋର୍ସ ପର୍ସନ ଭାବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ସହକାରୀ ପ୍ରାଧ୍ୟାପିକା, ଉଦ୍ଭିଦ ବିଜ୍ଞାନ ବିଭାଗ ଡ଼ଃ ଏ ଲିଲା ବେଣୀ ଓ ଆଞ୍ଚଳିକ ଜୈବପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନ, ଭୁବନେଶ୍ୱର ର ନିର୍ଦେଶକ ଡ଼ଃ ଶେଖ ନୌସଦ ହୁସେନ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ, ପୋଲସରା ର ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ଃ ରୋଜିତା ମିଶ୍ର, ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ସ୍ୱାଭିମାନ ସାହୁ, ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପିକା ଟୋନିକା ଦଳାଇ,ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ୱାଇଁ, ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ମମତା କୁମାରୀ ପ୍ରଧାନ,IQAC ସଂଯୋଜକ ବିଶ୍ୱନାଥ ଚୌଧୁରୀ,ଡେମୋନଷ୍ଟେଟର
ସୁଜାତା ରାଣୀ ବେହେରା, ସୁଜ୍ଞାନୀ କୁମାରୀ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ନାତକ ଓ ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଜ୍ଞାନ ଆହରଣ କରିଥିଲେ।ଶେଷରେ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ |
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା