ତିନୋଟି ବେଆଇନ ପଥର କ୍ରସର ସିଲ ।

0 333

ଟିଟିଲାଗଡ,୦୫/୦୪: ଟିଟିଲାଗଡ଼ ତହସିଲ ଅଧିନସ୍ଥ କୁମୁଡ଼ିପଦର ଓ ପେଣ୍ଡରାପଦର ଗ୍ରାମ ମଧ୍ୟରେ ତିନୋଟି ପଥର କ୍ରସରକୁ ପ୍ରଶାସନ ଆଜି ସିଲ କରିଛି । ବଲାଙ୍ଗିର ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରି ବବିତା ସିଂଙ୍କ ଆଜି ଟିଟିଲାଗଡ଼ ଗସ୍ତ ସହ ତହସିଲଦାର ସୁଭାଶିଷ ଶତପଥି, ଏସ୍ଡ଼ିପିଓ ଯଶୋବନ୍ତ ପ୍ରଧାନୀ, ଆଇଆଇସି କଲ୍ୟାଣୀ ବେହେରା, ରାଜସ୍ୱ ନିରୀକ୍ଷକଙ୍କ ସହ ତିନୋଟି କ୍ରସରକୁ ଯାଇ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲେ । ହେଲେ ଦୀର୍ଘ ବର୍ଷରୁ ଚାଲୁଥିବା ଏହି କ୍ରସର ଗୁଡିକର ପ୍ରଦୂଷଣ ପ୍ରମାଣ ପତ୍ର ତଥା ଅନେକ ଅନିୟମିତତା ଧରା ପଡିଥିବା ଜଣାଯାଇଛି । କ୍ରସର ମାଲିକ ମାନେ ଆବଶ୍ୟକ କାଗଜ ପତ୍ର ଦେଖାଇ ପାରିନ ଥିବାରୁ ତିନୋଟି କ୍ରସରକୁ ଅଧିକାରୀ ସିଲ କରିଛନ୍ତି ।

Leave A Reply

Your email address will not be published.